fbpx

ସିମ୍ କାର୍ଡକୁ ନେଇ ଆସିଲା ବଡ ଖବର: TRAI ବଦଳାଇଲା ନିୟମ, ଏହିଦିନରୁ ହେବ ଲାଗୁ

ନୂଆଦିଲ୍ଲୀ:ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ମାର୍ଚ୍ଚ ୧୫ ତାରିଖରେ TRAI ଏ ବିଷୟରେ ସୂଚନା ଦେଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ ନୂଆ ନିୟମ ବଳରେ ସାଇବର ଫ୍ରଡ୍ ଓ ଅନଲାଇନ୍ ଠକାମୀ ଉପରେ ଲଗାମ ଲଗାଯାଇପାରିବ । ଏହା ସାଧାରଣ ଜନତାଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ କରାଯାଇଛି । ନୂଆ ନିୟମରେ ଯେଉଁ ମୋବାଇଲ୍ ୟୁଜର ନିଜର ସିମ୍ ସ୍ୱାପ ବା ବଦଳ କରିଛନ୍ତି ସେମାନେ ସେମାନଙ୍କ ମୋବାଇଲ୍ ନମ୍ବର ପୋର୍ଟ କରିବାକୁ ସକ୍ଷମ ହେବେ ନାହିଁ । ଏହି ସମୟସୀମା ୭ ଦିନ ପର୍ଯ୍ୟନ୍ତ ରହିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ସିମ୍ ବଦଳାଇବା ହେଉଛି ସିମ୍ ସ୍ୱାପିଂ । ଯେତେବେଳେ ସିମ୍ କାର୍ଡ ନଷ୍ଟ ହୋଇଯାଏ କି ହଜିଯାଏ ସେତେବେଳେ ସିମ୍ ସ୍ୱାପିଂ ହୋଇଥାଏ । ଏହା ଘଟିଲେ ଆପଣ ନିଜ ଟେଲିକମ୍ ଅପରେଟରଙ୍କୁ ନିଜ ପୁରୁଣା ସିମ୍ ବଦଳରେ ନୂଆ ସିମ୍ ଦେବାକୁ କୁହନ୍ତି । କିନ୍ତୁ ଏହି ସିମ୍ ସ୍ୱାପିଂ ପରେ ଜଣେ ବ୍ୟକ୍ତିଙ୍କ ଫୋନ୍‌କୁ ଆସୁଥିବା କଲ୍ କିମ୍ବା ମେସେଜ୍ ଅନ୍ୟ ଜଣଙ୍କ ଫୋନ୍‌ରେ ବି ଆସିପାରିବ । ଫଳରେ ଅପରାଧୀମାନେ ଏହାର ଉପଯୋଗ କରି ନିରୀହ ଜନତାଙ୍କୁ ଠକିଥାନ୍ତି । TRAIର ନୂଆ ଆଇନ ବଳରେ ସାଇବର ଫ୍ରଡ୍‌ମାନେ ସିମ୍ ଅଦଳବଦଳ କିମ୍ବା ବଦଳାଇବା ପରେ ତୁରନ୍ତ ମୋବାଇଲ୍ ସଂଯୋଗକୁ ପୋର୍ଟ କରିପାରିବେ ନାହିଁ ।

ଏବେ ସିମ୍ ସ୍ୱାପିଂ ଫ୍ରଡ୍ ବୃଦ୍ଧି ପାଇଥିବା ବେଳେ ଏଥିରେ ଅପରାଧୀମାନେ ଖୁବ୍ ସହଜରେ ଆପଣଙ୍କ ପାନ୍ କାର୍ଡ, ଆଧାର କାର୍ଡ ତଥ୍ୟକୁ ଚୋରି କରି ପାରୁଛନ୍ତି । ଏହାପରେ ମୋବାଇଲ ହଜିଯାଇଛି ବାହାନା କରି ସେମାନେ ଏକ ନୂଆ ସିମ୍ କାର୍ଡ ଇସୁ କରି ନିଅନ୍ତି । ଏହାପରେ ଆପଣଙ୍କ ଫୋନ୍ ନମ୍ବରକୁ ଯାଉଥିବା ଓଟିପି ଅପରାଧୀଙ୍କ ପାଖରେ ପହଞ୍ଚିଯାଏ ।
ତେବେTRAI ପକ୍ଷରୁ ଦୂରସଞ୍ଚାର ନିଗମ(ଡିଓଟି) କୁ ଏକ ନୂଆ ସେବା ଆରମ୍ଭ କରିବାକୁ କୁହାଯାଇଛି ଯେଉଁଥିରେ ପ୍ରତି ଇନକମିଂ କଲ୍‌ରେ ବ୍ୟକ୍ତିର ନାମ ପ୍ରଦର୍ଶିତ ହେବ(ତାହା କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇଥାଉ କି ନ ଥାଉ) । ଏହାଦ୍ୱାରା ଧୋକାଦାରୀ ରୋକାଯାଇପାରିବ ବୋଲି TRAI କହିଛି । କିନ୍ତୁ ଏହା ପ୍ରାଇଭେସୀକୁ ନେଇ ପ୍ରଶ୍ନ ଛିଡା କରିଛି ।

Get real time updates directly on you device, subscribe now.