fbpx

ବଡ଼ ଭବିଷ୍ୟବାଣୀ… WTC Finalରେ ଲଢିବେ ଏହି ଦୁଇ ଦଳ! ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିବା ପାଇଁ ଚାଲିଛି କଡ଼ା ସଂଘର୍ଷ । ଆସନ୍ତାବର୍ଷ ଜୁନ୍ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ । ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏହି ଐତିହାସକ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛି ଆଇସିସି । ତେବେ କେଉଁ ୨ ଦଳ ପହଞ୍ଚିବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚରେ? ଏ ନେଇ ବର୍ଷକ ପୂର୍ବରୁ ଭବିଷ୍ୟବାଣୀ ହୋଇଯାଇଛି । ପୂର୍ବତନ ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକ ଏ ନେଇ ନିଜ ଭବିଷ୍ୟବାଣୀ କରିଛନ୍ତି ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଆରମ୍ଭରୁ ଫାଇନାଲରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ୨ଟି ଇଭେଣ୍ଟର ଫାଇନାଲରେ ଲଗାତାର ଭାରତ ଏଣ୍ଟ୍ରି କରିପାରିଛି । ତେବେ ଉଭୟ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲା ଭାରତୀୟ ଦଳ । ତେଣୁ ଚଳିତବର୍ଷ ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ସ୍ଥାନ ହାସଲ କରିପାରିବ ବୋଲି ଆଶା ପ୍ରକଟ କରିଛନ୍ତି ଦିନେଶ କାର୍ତ୍ତିକ । ଚଳିତ ୨୦୨୪-୨୫ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ମଧ୍ୟ ରୋହିତ ସେନା ନିଜ ସ୍ଥାନ କବଜା କରିପାରିବ । ଟିମ ଇଣ୍ଡିଆ ବ୍ୟତୀତ ଚମ୍ପିଆନ୍ ଟିମ୍ ଅଷ୍ଟ୍ରେଲିଆ ମଧ୍ୟ ଏହି ମ୍ୟାଚ୍ ପାଇଁ ଏଣ୍ଟ୍ରି କରିପାରେ । ବର୍ତ୍ତମାନ ଏହି ଟେଷ୍ଟ ରାଙ୍କିଙ୍ଗ ତାଲିକାରେ ଭାରତ ଏବଂ ଅଷ୍ଟ୍ରେଲିଆ ଶୀର୍ଷ ୨ଟି ସ୍ଥାନରେ ରହିଛନ୍ତି ।

ଗତବର୍ଷ କମିନ୍ସ ସେନା ବିପକ୍ଷରେ ପରାସ୍ତ ହୋଇ ରୋହିତ ସେନା ବିଶ୍ୱ ଟେଷ୍ଟ ଚମ୍ପିଆନ୍ ହେବାର ସୁଯୋଗ ହରାଇଥିଲା । ତେଣୁ ଆସନ୍ତାବର୍ଷ ଏହି ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ପୁଣି ଥରେ ଫାଇନାଲ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ପୂର୍ବତନ ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଭବିଷ୍ୟବାଣୀ ଅନୁସାରେ, ଭାରତ ଫାଇନାଲକୁ କ୍ୱାଲିଫାଏ କଲେ ପୁଣିଥରେ ବିଶ୍ୱ ଚମ୍ପିଆନ୍ ହେବାର ସୁଯୋଗ ପାଇବ ରୋହିତ ସେନା । ୨୦୨୫ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଓଭାଲ ପରାଜୟର ପ୍ରତିଶୋଧ ନେଇପାରିବ ବୋଲି କହିଛନ୍ତି ଦିନେଶ କାର୍ତ୍ତିକ ।

Get real time updates directly on you device, subscribe now.