fbpx

ଆଇପିଏସ୍ ସ୍ତରରେ ବଡଧରଣର ଅଦଳ ବଦଳ: ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭାରତ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ମାନବାଧିକାର କମିଶନ ସହକାରୀ ଡିଜିପି ବିଦ୍ୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୋଲିସ, ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ସହକାରୀ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ମାନବାଧିକାର କମିଶନ ସହକାରୀ ଡିଜିପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଗୃହ ବିଭାଗରେ ସ୍ୱତନ୍ତ୍ର ଅଧିକାରୀ ଭାବରେ ଥିବା ପୂର୍ବତନ କମିଶନର ସୁଧାଂଷୁ ଷଡଙ୍ଗୀଙ୍କୁ ପୋଲିସ, ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ସହକାରୀ ଡିଜି ଭାବରେ ବଦଳି କରାଯାଇଛି । ବୈଷୟିକ ଆଇଜିପି ଶିଫାନ ଅହମ୍ମଦ ଖାନଙ୍କୁ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସିଆଇଡି ସିବି ଏସପି ଥିବା ଏଲ୍ ଦିବ୍ୟା ଭିଙ୍କୁ ଢେଙ୍କାନାଳ ଏସପି ଭାବରେ ବଦଳି କରାଯାଇଛି ।

Get real time updates directly on you device, subscribe now.