fbpx

ଏଲନ ମସ୍କଙ୍କୁ ବଡ଼ ଝଟକା; ଧନୀ ତାଲିକାର ଶୀର୍ଷରୁ ଖସିଲେ, ତାଙ୍କ ସ୍ଥାନରେ ରହିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଦେଶର ସବୁଠାରୁ ଧନୀ ତାଲିକାର ଶୀର୍ଷରେ ଥିବା ଟେସଲା ତଥା ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଏଲନ ମସ୍କଙ୍କୁ ଲାଗିଛି ବଡ଼ ଝଟକା । ବର୍ତ୍ତମାନ ଏଲନ ମସ୍କ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ସୋମବାର ଟେସଲା କମ୍ପାନୀର ଶେୟାରରେ ୭.୧୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା ।

Bloomberg Billionares Index ଅନୁଯାୟୀ ବର୍ତ୍ତମାନ ଏଲନ ମସ୍କ ଆଉ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି । ଏଲନ ମସ୍କଙ୍କ ମୋଟ୍ ସମ୍ପତ୍ତି ୧୭.୬ ଆରବ ଡଲାରରେ ହ୍ରାସ ଦେଖିବାକୁ ମିଳିଛି । ଫଳରେ ୧୯୭ ଆରବ ଡଲାରର ନେଟ୍ ୱର୍ଥ ସହ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଆମାଜନର ପ୍ରତିଷ୍ଠାତା Jeff Bezos ତାଙ୍କ ସ୍ଥାନ ନେଇଛନ୍ତି ।Jeff Bezosଙ୍କ ମୋଟ୍ ସମ୍ପତ୍ତି ହେଉଛି ୨୦୦ ବିଲିୟନ ଡଲାର । ଯାହା ଏଲନ ମସ୍କଙ୍କ ନେଟ୍ ୱର୍ଥ ଠାରୁ ଅଧିକ । ଟେସଲାର ଶେୟାରରେ ୭.୬ ପ୍ରତିଶତର ହ୍ରାସ ଘଟି ୧୮୮.୧୪ରେ ସ୍ଥିର ରହିଛି । ଚଳିତ ବର୍ଷ ଟେସଲା ଶେୟାରରେ ୨୫ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା Bloomberg Billionares Index ର ଟପ୍ ୧୦ ଜଣ ଧନୀଙ୍କ ତାଲିକାରେ କିଏ କିଏ ଅଛନ୍ତି ।

୧. ଜେଫ୍ ବେଜୋସ- ୨୦୦ ବିଲିୟନ୍ ଡଲାର
୨. ଏଲନ ମସ୍କ-୧୯୮ ବିଲିୟନ୍ ଡଲାର
୩. ବାର୍ନାର୍ଡ଼ ଅରନଲ୍ଟ-୧୯୭ ବିଲିୟନ ଡଲାର
୪. ମାର୍କ ଜୁକର୍ବର୍ଗ- ୧୭୯ ବିଲିୟନ ଡଲାର
୫. ବିଲ୍ ଗେଟ୍ସ- ୧୫୦ ବିଲିୟନ ଡଲାର
୬. ଷ୍ଟୀଭ୍ ବାଲମର- ୧୪୩ ବିଲିୟନ ଡଲାର
୭. ୱାରେନ୍ ବଫେ- ୧୩୩ ବିଲିୟନ ଡଲାର
୮. ଲୈରି ଏଲିସନ୍- ୧୨୯ ବିଲିୟନ ଡଲାର
୯. ଲୈରି ପେଜ୍- ୧୨୨ ବିଲିୟନ ଡଲାର
୧୦. ସର୍ଗି ବ୍ରିନ୍- ୧୬୬ ବିଲିୟନ ଡଲାର

Get real time updates directly on you device, subscribe now.