ନୂଆଦିଲ୍ଲୀ: ମଙ୍ଗଳବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ ୨,୦୦୦ ଟଙ୍କା ମୂଲ୍ୟର ନୋଟଗୁଡିକର ୯୮.୦୮ ପ୍ରତିଶତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ବର୍ତ୍ତମାନ ଲୋକଙ୍କ ପାଖରେ କେବଳ ୬,୮୩୯ କୋଟି ଟଙ୍କା ମୂଲ୍ୟର ନୋଟ୍ ଅଛି ଯାହା ଚଳନରୁ ହଟାଯାଇଥିଲା । ଗତ ବର୍ଷ ମେ ୧୯ ରେ ଆରବିଆଇ ୨,୦୦୦ ଟଙ୍କା ବ୍ୟାଙ୍କ ନୋଟକୁ ଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ।
ଆରବିଆଇ ଏକ ବିବୃତ୍ତିରେ କହିଛି ଯେ, ୧୯୨୩ ମସିହା ମେ ୧୯ ତାରିଖ ସୁଦ୍ଧା ମୋଟ ୨,୦୦୦ ଟଙ୍କାର ନୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା । ୨୯ ନଭେମ୍ବର ୨୦୨୪ ରେ ଏହି ପରିମାଣ ୬,୮୩୯ କୋଟି ଟଙ୍କାକୁ ହ୍ରାସ ପାଇଛି । ଆରବିଆଇ କହିଛି ଯେ ୨୦୨୩ ମସିହା ମେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ୨,୦୦୦ ଟଙ୍କା ନୋଟର ୯୮.୦୮ ପ୍ରତିଶତ ବର୍ତ୍ତମାନ ଫେରସ୍ତ କରାଯାଇଛି । ୨୦୦୦ ଟଙ୍କା ନୋଟ୍ ବୈଧ ମୁଦ୍ରା ରହିବ ।
୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବଦଳାଇବାର ସୁବିଧା ଦେଶର ସମସ୍ତ ବ୍ୟାଙ୍କ ଶାଖାରେ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ତଥାପି, ଏହି ନୋଟ୍ ବଦଳାଇବାର ସୁବିଧା ରିଜର୍ଭ ବ୍ୟାଙ୍କର ୧୯ ଟି ଇସୁ କାର୍ଯ୍ୟାଳୟରେ ଉପଲବ୍ଧ । ୯ ଅକ୍ଟୋବର ୨୦୨୩ ରୁ ଆରବିଆଇର ଇସୁ କାର୍ଯ୍ୟାଳୟଗୁଡ଼ିକ ବ୍ୟକ୍ତି ଏବଂ ସଂସ୍ଥାମାନଙ୍କ ଠାରୁ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରୁଛନ୍ତି ।
ଏହା ବ୍ୟତୀତ ଲୋକମାନେ ଦେଶର ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ ଆରବିଆଇର ଯେକୌଣସି ଇସୁ କାର୍ଯ୍ୟାଳୟକୁ ୨,୦୦୦ ଟଙ୍କା ନୋଟ୍ ପଠାଇ ପାରିବେ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।