fbpx

ଖାଇବା ତେଲର ଦାମକୁ ନେଇ ଆସିଲା ବଡ଼ ଅପଡେଟ: ସରକାର ନେଲେ କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଖାଇବା ତେଲର ଦାମ୍ ବୃଦ୍ଧି କାରଣରୁ ରୋଷେଇ ବଜେଟ୍ ବିଗିଡ଼ିଯାଇଛି । ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଲ ଦାମକୁ କମ୍ କରିବାକୁ ରାଜ୍ୟଗୁଡ଼ିକ ସହ ଅନେକ ରାଉଣ୍ଡ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ତୈଳ ଉତ୍ପାଦକ ଓ ରପ୍ତାନୀକାରୀଙ୍କ ସହ ମଧ୍ୟ ସରକାର ଅନେକଥର ଆଲୋଚନା କରିଛନ୍ତି ।

ଏନଫୋର୍ସମେଣ୍ଟ ମେସିନାରୀ ସ୍ଥାପନ ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ମୂଲ୍ୟରେ କୃତ୍ରିମ ବୃଦ୍ଧିକୁ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ କୁହାଯାଇଛି । ହୋର୍ଡିଂ, ମୂଲ୍ୟ ବୃଦ୍ଧି ଓ ଜିଲ୍ଲା ସ୍ତରରେ ତଦାରଖ ବୃଦ୍ଧି ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଗତ ଏକ ସପ୍ତାହରେ, ରିଫାଇନର ମୂଲ୍ୟ ଲିଟର ପିଛା ପ୍ରାୟ ୨୫ ଟଙ୍କା ଏବଂ ବାଦାମ କିଲୋ ପିଛା ୨୦ ରୁ ୩୦ ଟଙ୍କା ବୃଦ୍ଧି ପାଇଛି । ଖାଇବା ତେଲର ମୂଲ୍ୟ ବୃଦ୍ଧି ଆଗାମୀ ଦିନରେ ଏହା ନୂଆ ଉଚ୍ଚତାରେ ପହଞ୍ଚିପାରେ । ଶିଳ୍ପ ବ୍ୟବସାୟୀ ଓ ବିଶେଷଜ୍ଞମାନେ କହିଛନ୍ତି ଯେ, ଗତ ମାସରେ ଘରୋଇ ଖାଇବା ତେଲର ମୂଲ୍ୟ ୨୫-୪୦ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.