ଭୁବନେଶ୍ୱର: ସୁଭଦ୍ରାକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି। ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ଏନେଇ ସମସ୍ତଙ୍କର ଯାଞ୍ଚ ସରିଛି। ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ। 24ରେ 20 ଲକ୍ଷ ମହିଳା ମିଳିବା ସହ 80 ଲକ୍ଷ ମହିଳାଙ୍କୁ ମିଳିଯିବ ସୁଭଦ୍ରା ଟଙ୍କା। 1 କୋଟି 16 ଲକ୍ଷରେ ପହଞ୍ଚିଲାଣି ଶୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା। 5 ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି।