fbpx

କଣ ବାପା ହେବାକୁ ଯାଉଛନ୍ତି କି ଅଭିନେତା ବରୁନ୍ ଧାୱନ? ବିଗବସ୍ ଶୋ ରେ ଏପରି କିଛି କହିଲେ ସଲମାନ…

ମୁମ୍ବାଇ: ଗତକିଛି ଦିନ ହେବ ବଲିଉଡ ଜଗତକୁ ଆସୁଛି ଅନେକ ଖୁସି ଖବର । ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନର ମା ହୋଇଥିବା ବେଳେ ବିପାଶା ବସୁ ମଧ୍ୟ ମାଆ ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତା ବରୁନ୍ ଧାୱନ ବାପା ହେବା କଥାକୁ ନଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ, ନିକଟରେ ରିଆଲିଟି ଶୋ’ ବିଗ୍ ବସ୍ ରେ କିଛି ଏପରି ଘଟଣା ଘଟିଥିଲା। ଯାହାକି ବରୁନ୍ ଧାୱନଙ୍କ ପ୍ରଶଂସକଙ୍କୁ ମଧ୍ୟ ଉତ୍ସାହିତ କରିଥିଲା । ତେବେ ବଲିଉଡ ଅଭିନେତା ବରୁନ୍ ଧାୱନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ପ୍ରମୋଟ୍ କରିବା ପାଇଁ ବିଗ୍ ବସ୍ ରେ ନଜର ଆସିଥିଲେ । ଏହି ସମୟରେ ହୋଷ୍ଟ ସଲମାନ ଖାନ ବରୁନ୍ ଖୁବ ଶୀଘ୍ର ବାପା ହେବାକୁ ଯାଉଥିବାର ସୂଚାଇ ଦେଇଛନ୍ତି । କିନ୍ତୁ ଏହାକୁ ସେ ଥଟ୍ଟାରେ କହିଥିବାବେଳେ ବରୁନ୍ ଙ୍କ ପ୍ରଶଂସକମାନେ ଏହି ଖବରକୁ ନେଇ ବେଶ୍ ଉତ୍ସାହିତ ଥିବା ଜଣା ପଡିଛି । ଏଥିସହିତ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିନେତା ବରୁନ୍ ଧାୱନ ୨୦୨୧ ମସିହାରେ ନତାଶା ଦଲାଲ ବିବାହ କରିଥିଲେ । ବର୍ତ୍ତମାନ ଶୁଣିବାକୁ ମୁଳୁଛି ଯେ ଏହି ଯୋଡି ଖୁବ୍ ଶୀଘ୍ର ସମସ୍ତଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । କିନ୍ତୁ ଏନେଇ ଅଭିନେତା ବରୁନ୍ ଧାୱନ କୌଣସି ସୂଚନା ଦେଇ ନାହାନ୍ତି । ତେବେ ବରୁନ୍ ସତରେ ବାପା ହେବାକୁ ଯାଉଛନ୍ତି ନା ସଲମାନ ଖାନ୍ ଥଟ୍ଟାରେ ଏପରି କହୁଛନ୍ତି ତାହା ଜଣା ପଡିନାହିଁ । ଅନ୍ୟପଟେ କହିବାକୁ ଗଲେ ସଲମାନ ଖାନ ଏବଂ ବରୁନ୍ ଧାୱନଙ୍କ ମଧ୍ୟରେ ଚମତ୍କାର ଟ୍ୟୁନିଂ ଅଛି । ସଲମାନ ଖାନ ବରୁନ୍ ଙ୍କୁ ତାଙ୍କ ସାନ ଭାଇ ଭାବରେ ବିବେଚନା କରନ୍ତି । ତେଣୁ ଉଭୟ ଯେତେବେଳେ ବି ଭେଟ ହୁଅନ୍ତି କିମ୍ବା ବରୁନ୍ ଧାୱନ ସଲମାନଙ୍କ ଶୋ’କୁ ଆସନ୍ତି, ସେତେବେଳେ ଦୁହେଁ ଏହିପରି ଭାବରେ ଥଟ୍ଟା ମଜା କରିଥାନ୍ତି ।

Get real time updates directly on you device, subscribe now.