fbpx

ଖାଦ୍ୟକୁ ଅଧିକ ଗରମ କରି ଖାଉଥିଲେ ସାବଧାନ! ଜାଣନ୍ତୁ କ’ଣ ହେବ କ୍ଷତି

ପ୍ରାୟତଃ ଅଧିକାଂଶ ଲୋକେ ଖାଦ୍ୟକୁ ଗରମ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ଏମିତିକି କେବଳ ଶୀତ ଦିନରେ ନୁହେଁ ବରଂ ସବୁ ଋତୁରେ ଖାଦ୍ୟକୁ ଗରମ କରି ଖାଇଥାନ୍ତି । ଖାଦ୍ୟକୁ ଗରମ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇଗୁଣ ବଢ଼ିଯାଏ । ତେଣୁ ଲୋକେ ସର୍ବଦା ଖାଦ୍ୟ ଗରମ ପସନ୍ଦ କରନ୍ତି । ହେଲେ କଣ ଆପଣ ଜାଣନ୍ତି କି ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କଣ ସମସ୍ୟା ଦେଖାଯାଏ? ଆପଣ କେଉଁ କେଉଁ ସମସ୍ୟାରେ ପଡ଼ିପାରନ୍ତି?

ତେବେ ଖାଦ୍ୟ ଗରମ ଖାଇବା କିଛି ଖରାପ ନୂହେଁ କିନ୍ତୁ ଆପଣ ଜାଣିଥିବେ ନିଶ୍ଚୟ ଯେ, କୌଣସି ଜିନିଷକୁ ନିୟମିତ କରିବା ଦ୍ୱାରା ଶରୀରକୁ ତାର ସିଧାସଳଖ ପ୍ରଭାବ ପଡ଼େ । ଆଉ ଯଦି ଆପଣ ସବୁବେଳେ ଏହିପରି ଭାବରେ ଗରମ ଖାଦ୍ୟ ଖାଇବେ ତାହେଲେ ଶରୀର ଉପରେ ଏହାର ପ୍ରଭାବ ନିହାତି ଭାବରେ ପଡ଼ିବ । ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଚାଲନ୍ତୁ ଜାଣିବା କେଉଁ ଭଳି ସମସ୍ୟା ଦେଖାଦେଇଥାଏ ।

ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ପେଟ ସମସ୍ୟା ଦେଖାଯାଏ । କହିବାକୁ ଗଲେ ପେଟରେ ଥିବା ବିଭିନ୍ନ ଅଙ୍ଗ ଖୁବ୍ ସମ୍ବେଦନଶୀଳ ବା ନରମ ହୋଇଥାଏ । ଯାହାକି ଅଧିକ ଗରମକୁ ସହ୍ୟ କରିପାରେନାହିଁ । ଯାହାଦ୍ୱାରା ପେଟରେ ଗରମ, ଜ୍ୱଳନ ଓ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ । ସେହିପରି ଆପଣଙ୍କ ଦାନ୍ତ ଉପରେ ମଧ୍ୟ ପ୍ରଭାବ ପକାଏ ଗରମ ଖାଦ୍ୟ । କାରଣ ଏହା ଦ୍ୱାରା ଦାନ୍ତର ଏନାମେଲ୍ ରେ କ୍ରାକ୍ ଆସିପାରେ ଯେଉଁଥିରେ ଦାନ୍ତର ସୁନ୍ଦରତା ନଷ୍ଟ ହୋଇଯାଏ ।

Get real time updates directly on you device, subscribe now.