fbpx
BSKY
BJD MS SKY
BJD YOUTH SKY

ଦୁନିଆରେ ମୃତ୍ୟୁର ବଡ଼ କାରଣ ହେଉଛି ହୃଦଘାତ, କଣ ଏହାର ଲକ୍ଷଣ; ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଟିଭି ଜଗତର ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଗୁରୁବାର ଦିନ ହୃଦଘାତରେ ପରଲୋକ ଘଟିଛି । ବାଳିକା ବଧୁ ସିରିଏଲ୍ ରେ ଲମ୍ବା ସମୟ ପର୍ଯ୍ୟନ୍ତ ନଜର ଆସିଥିଲେ । ଏହା ସହିତ ସେ ବିଗ୍ ବସ୍-୧୩ର ବିଜେତା ମଧ୍ୟ ରହିଛନ୍ତି । କେବଳ ସିଦ୍ଧାର୍ତ ନୁହନ୍ତି ବରଂ ଅନେକ ଅଭିନେତା ମଧ୍ୟ ଏହି ହୃଦଘାତ କାରଣରୁ ଆଖି ବୁଜିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ମୁତାବକ, କାର୍ଡିଓଭାସ୍କୁଲାର୍ ଡିଜିଜ୍ ଅର୍ଥାତ୍ ହୃଦଜନିତ ରୋଗ ହେଉଛି ଦୁନିଆରେ ହେଉଥିବା ମୃତ୍ୟୁର ସୁବଠାରୁ ବଡ଼ କାରଣ । ଆକଳନ ଅନୁଯାୟୀ, ସିଭିଡି ଦ୍ୱାରା ପ୍ରତି ୫ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୃଦଘାତ କିମ୍ବା ଷ୍ଟ୍ରୋକ୍ କାରଣରୁ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ରୋଗରେ ସମ୍ପର୍କରେ ବିସ୍ତୃତ ଭାବରେ ।

କଣ ହୋଇଥାଏ ହୃଦଘାତ?

ହୃଦଘାତକୁ ମାୟୋକାର୍ଡିୟଲ୍ ଇନ୍ଫାର୍କସନ୍ ବୋଲି ମଧ୍ୟ କୁହାଯାଏ । ଯେତେବେଳେ ହାର୍ଟର ମାଂସପେଶୀ ଗୁଡ଼ିକୁ ପର୍ଯ୍ୟାପ୍ତ ରକ୍ତ ମିଳେ ନାହିଁ, ସେହି ସମୟରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥାଏ । ତେବେ ଏହାର ଠିମ୍ ସମୟରେ ଚିକିତ୍ସା ନକରାଇଲେ ଏହାର ମୃତ୍ୟୁ ପର୍ଯ୍ୟନ୍ତ ବାଟ କଢ଼ାଇନିଏ । ଛାତି ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା – ଅଧିକାଂଶ ହୃଦଘାତରେ ଛାତିର ମଧ୍ୟଭାଗ ଏବଂ ବାମ ପାର୍ଶ୍ୱରେ ଅସ୍ୱାଭାବିକତା ରହିଥାଏ, ଯାହାକି ଅନେକ ସମୟ ପର୍ୟ୍ୟନ୍ତ ରହିଥାଏ କିମ୍ବା ବାରମ୍ବାର ଆସିଥାଏ ।

ଶରୀରରେ ଦୁର୍ବଳ ଅନୁଭବ କରିବା ମଧ୍ୟ ଏହାର ଲକ୍ଷଣ ହୋଇପାରେ । ଏହା ସହିତ, ଆପଣଙ୍କୁ ଥଣ୍ଡା ଝାଳ ବି ଆସିପାରେ । ଗଳା କିମ୍ବା ପିଠିରେ ଯନ୍ତ୍ରଣା, ଉଭୟ ବାହୁ କିମ୍ବା କାନ୍ଧରେ ଯନ୍ତ୍ରଣା ଆଦି ଏହାର ମୁଖ୍ୟ ଲକ୍ଷଣ ମଧ୍ୟରେ ଅନ୍ତର୍ଭୁକ୍ତ । ରୋଗୀର ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇପାରେ । ବିଶେଷ କରି ଏହିସବୁ ମହିଳାମାନଙ୍କ ଠାରେ ଅଧିକ ଦେଖାଯାଇଥାଏ । ସେମାନଙ୍କୁ ବାନ୍ତି ମଧ୍ୟ ହୋଇଥାଏ । ପରିବାର ଚିନ୍ତା, ରହିବା ଖାଇବା ଶୈଳୀ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା କାରଣରୁ ଆପଣ ମାନେ ହୃଦ ରୋଗର ଶିକାର ହୋଇପାରନ୍ତି । ତେଣୁ ଏହିସବୁ ରୁ ନିଜକୁ ଦୂରେଇ ରଖିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.