fbpx

CONDOM ମିଳିବା ମାନେ ନୁହେଁ ଯେ ଦୁହେଁ SEX ପାଇଁ ରାଜିଥିଲେ: କୋର୍ଟ

ମୁମ୍ବାଇ: ନିଜ ସାଙ୍ଗର ପତ୍ନୀକୁ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତଙ୍କ ବିଚାର କରିବା ସମୟରେ କୋର୍ଟ ଏହିଭଳି ଏକ ମତ ରଖିଛନ୍ତି । ମୁମ୍ବାଇର ଏକ ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ଜଜ ଏହି ନିଷ୍ପତ୍ତି ଶୁଣାଇବା ସହିତ ଜାମିନ ଆବେଦନ ଖାରଜ କରିଛନ୍ତି । ଘଟଣାସ୍ଥଳରୁ କଣ୍ଡୋମ ମିଳିବା ମାନେ ନୁହେଁ କି ସେକ୍ସ ସହମତିରେ ହେଉଛି । ଅଭିଯୁକ୍ତଙ୍କ ଓକିଲ ଯୁକ୍ତି କରିଥିଲେ କି ଘଟଣାସ୍ଥଳରୁ କଣ୍ଡୋମ ମିଳିଥିବାରୁ ଏହା ସହମତିରେ ହୋଇଥିବା ନେଇ ଯୁକ୍ତି ବାଢିଥିଲେ । ତେବେ ସହକାରୀ ସେସନ ଜଜ ସଞ୍ଜଶ୍ରୀ ଜେ ଘରାଟ ଏହାକୁ ଖାରଜ କରି ଦେଇଥିଲେ ।

ଏହା ସହିତ ମାମଲାର ତଦନ୍ତ ସମାପ୍ତ ସରିଥିବାରୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ମହିଳାଙ୍କ ସ୍ୱାମୀ ନୌସେନାରେ ଚାକିରି କରନ୍ତି । ଏହି ଯୁବକ ଏବଂ ତାଙ୍କ ସ୍ୱାମୀ ଗୋଟିଏ କ୍ୱାର୍ଟର ଶେୟାର କରନ୍ତି । ଏପ୍ରିଲ ୨୯ ତାରିଖରେ ସ୍ୱାମୀ ଟ୍ରେନିଂ ପାଇଁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ତାଙ୍କୁ ନିଶଯୁକ୍ତ ଚକୋଲେଟ ଖାଇବାକୁ ଦେଇଥିଲେ । ସେ ଅଚେତ ହୋଇଯିବା ପରେ ଯୁବକ ଜଣକ ଏହାର ଫାଇଦା ଉଠାଇଥିଲେ । ପରେ ସ୍ୱାମୀ ଫେରିବା ପରେ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.