fbpx

ନନ୍ଦନକାନନରେ ବାଘ ଆତଙ୍କ, ଶେଷରେ ଖୁଆଡ଼କୁ ଫେରାଇ ଆଣିଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲିକୁ ଭାଙ୍ଗି ବାହାରି ଆସିଥିଲା । ସଫାରୀରୁ ଜାଲି ଛିଣ୍ଡାଇ ଖସିଯାଇଥିଲା ଏହି ବାଘ । ତୁରନ୍ତ କର୍ମଚାରୀମାନେ ବାଘଟିକୁ ଧରି ଖୁଆଡ଼ ଭିତରେ ପୁରାଇବାରେ ସକ୍ଷମ ହୋଇଥିଲେ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ତେବେ ଆଜି ସକାଳ ୯ଟାରୁ ସାଢ଼େ ୯ଟା ଭିତରେ ଘଟିଛି ଏହି ଘଟଣା । ସଫାରୀରେ ବାଘ ସୂରଜକୁ ଖାଇବାକୁ ଦେଲା ବେଳେ ଖସିଯାଇଥିଲା । ବାଘ ଖସିଯିବାରୁ ପର୍ଯ୍ୟଟକଙ୍କୁ ନନ୍ଦନକାନନରୁ ବାହାର କରା ଯାଇଥିଲା । ପ୍ରାୟ ୧୦ରୁ ୧୫ ମିନିଟ ଖୋଜାଖୋଜି ପରେ ବାଘଟିକୁ ଖୁଆଡ଼ ଭିତରକୁ ଅଣାଯାଇଥିଲା । ଏବେ ବାଘ ସୂରଜ ସଫାରୀ ଭିତରେ ବିଚରଣ କରୁଥିବା ସୂଚନା ମିଳିଛି । ଏବେ ନନ୍ଦନକାନନ ପରିସ୍ଥିତି ସ୍ୱାଭାବିକ ଥିବା କର୍ତ୍ତୃପକ୍ଷ କହିଛନ୍ତି ।

ଅନ୍ୟପଟେ କୋଭିଡ କଟକଣା କୋହଳ ହେବା ପରେ ନନ୍ଦନକାନନ ନିୟମ ବଦଳିଯାଇଛି । ଏଣିକି ପ୍ରତି ଶନିବାର ଓ ରିବାର ନନ୍ଦନକାନନ ଖୋଲାରହିବ । ପୂର୍ବଭଳି ପ୍ରତି ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ । ପୂର୍ବରୁ ଟ୍ୱିନ୍ ସିଟିରେ ସପ୍ତାହାନ୍ତ ସଟଡାଉନ୍ ପାଇଁ ନିୟମ ବଦଳିଥିଲା ।

Get real time updates directly on you device, subscribe now.