fbpx

ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର: କରିଥିଲା ୮୦୦୦ ରୁ ଅଧିକ ଗାଡ଼ି ଚୋରି

ନୂଆଦିଲ୍ଲୀ: ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର । ଦିଲ୍ଳୀ ମଧ୍ୟ ଜିଲ୍ଲା ପୋଲିସ୍ ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଅନୀଲ ଚୌହାନ ଆସାମର ନିବାସୀ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ୧୯୯୦ ରୁ ଏପର୍ଯ୍ୟନ୍ତ ୮୦୦୦ ରୁ ଅଧିକ ଗାଡି଼ ଚୋରି କରିସାରିଛି ।

ଅଭିଯୁକ୍ତ ବିରୋଧରେ ଦିଲ୍ଳୀ, ୟୁପି, ହରିୟାଣା ଏବଂ ଆସାମ ସହ ଅନ୍ୟ ରାଜ୍ୟରେ ସମୁଦାୟ ୧୮୧ ମାମଲା ରୁଜୁ ହୋଇଛି । ବିଶେଷ କଥା ହେଉଛି ଯେ ଏଥିରେ ୧୪୬ କେବଳ ଦିଲ୍ଲୀରେ ହିଁ ରୁଜୁ ହୋଇଛି । ଅଭିଯୁକ୍ତ ହତିଆର ଏବଂ ଗଣ୍ଡା ସିଙ୍ଗର ମଧ୍ୟ ଚୋରାଚାଲାଣ କରୁଥିଲା । ୨୦୧୫ ରେ ଅନୀଲକୁ ଆସାମ ପୋଲିସ ତକ୍ରାଳୀନ ବିଧାୟକ ରୁମୀନାଥଙ୍କ ଦ୍ୱାରା ଗିରଫ କରାଯାଇଥିଲା । ରାଜନୀତିକ ପରିଚୟ ଯୋଗୁଁ ସେ ଅସମର କ୍ଲାସ୍ ୱାନ୍ ସରକାରୀ କଣ୍ଟ୍ରାକ୍ଟର ମଧ୍ୟ ରହିଥିଲା । ତା’ ବିରୋଧରେ ୨୦୧୫ରେ ହିଁ ଇଡି ମାମଲା ରୁଜୁ କରି ଏହାର ସବୁ ସମ୍ପତ୍ତି ଜବତ କରିଥିଲା । ଡିସିପି ଶ୍ୱେତା ସିଂହ ଚୌହାନ କହିଛନ୍ତି ଯେ ସୂଚନା ଆଧାରରେ ଅଭିଯୁକ୍ତକୁ ଦେଶବନ୍ଧୁ ଗୁପ୍ତା ରୋଡ୍ ଅଞ୍ଚଳରୁ ଗିରଫ କରାଯାଇଛି ।

ପୋଲିସ ତା’ ନିକଟରୁ ୫ ପିସ୍ତଲ, ଗୋଟିଏ ଚୋରି କାର ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ଜଣକ ଦିଲ୍ଲୀ ଦ୍ୱାଦଶ ପାସ୍ କରିବା ପରଠାରୁ ୯୦ ଦଶକରୁ ଗାଡ଼ି ଚୋରି କରିବା ଆରମ୍ଭ କରିଦେଇଥିଲା । ଅନେକ ଥର ସେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ମଧ୍ୟ ହୋଇଯାଇଥିଲା । ଦିଲ୍ଳୀର ହଜରତ ନିଜାମୁଦ୍ଦିନର ଏକ ମାମଲାରେ ଅଭିଯୁକ୍ତକୁ ୫ ବର୍ଷର ଦଣ୍ଡ ମଧ୍ୟ ହୋଇଥିଲା ଦିଲ୍ଳୀ ପୋଲିସ୍ ଠାରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଅସମ ଚାଲିଯାଇଥିଲା ।

Get real time updates directly on you device, subscribe now.