fbpx

ସାଙ୍ଗମାନେ ଦେଇଥିବା ଚ୍ୟାଲେଞ୍ଜରେ ବହୁପରିମାଣର Momos ଖାଇଲେ ଏହି ବ୍ୟକ୍ତି, ଶେଷରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତଙ୍କୁ ମୋମଜ ଖାଇବାକୁ ଭଲ ଲାଗେ। ଆଜିକାଲି ଅଧିକାଂଶ ଯୁବକମାନଙ୍କ ପ୍ରିୟ ଫାଷ୍ଟଫୁଡ୍ ତାଲିକାରେ ମୋମୋ ସବୁବେଳେ ଶୀର୍ଷରେ ରହିଥାଏ। ସାଙ୍ଗମାନଙ୍କ ମଧ୍ୟରେ ସବୁବେଳେ ମଜା ଚାଲିଥାଏ। ଏହି ମଜାରେ, ସେମାନେ ପରସ୍ପରକୁ ଭିନ୍ନ ଚ୍ୟାଲେଞ୍ଜ ଦିଅନ୍ତି। ଏହି ଚ୍ୟାଲେଞ୍ଜଗୁଡିକ ପୂରଣ ହେତୁ ଅନେକ ଥର ଲୋକଙ୍କ ଜୀବନ ବିପଦରେ ପଡିଥାଏ।ବର୍ତ୍ତମାନ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ମୋମୋ ପ୍ରେମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବାସ୍ତବରେ ଗୋପାଳଗଞ୍ଜର ସିହୋରା ଗାଁର ଜଣେ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଅନେକ ମୋମୋ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଭିପିନ କୁମାର ପାସୱାନଙ୍କୁ ୨୫ ବର୍ଷ ବୟସ ହୋଇଥିଲା ଏବଂ ସିୱାନର ବାଦରିଆ ପୋଲିସ ଷ୍ଟେସନ ଅଞ୍ଚଳର ଜିଆନି ମୋର୍ ଠାରେ ତାଙ୍କର ଏକ ମୋବାଇଲ୍ ମରାମତି ଦୋକାନ ଅଛି। ମୃତ ଭିପିନଙ୍କ ପିତା ବିଷ୍ଣୁ ମଞ୍ଜୀ କହିଛନ୍ତି ଯେ, ଗୁରୁବାର ଦିନ ଦୁଇଜଣ ଯୁବକ ଭିପିନଙ୍କୁ ସାଙ୍ଗରେ ନେଇଥିଲେ। ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ଭିପିନଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ଦେଖିବାକୁ ମିଳିଥିଲା, ପରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ବାପା ଅଭିଯୋଗ କରିଛନ୍ତି ଯେ, ଭିପିନଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା କରିଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ, ଭିପିନଙ୍କ ସାଙ୍ଗମାନେ ତାଙ୍କୁ ଏକ ମୋମୋସ ଚଚ୍ୟାଲେଞ୍ଜ ଦେଇଥିଲେ ଏବଂ ଜିତିବା ଏବଂ ହରାଇବା ଉପରେ ବାଜି ଲଗାଇଥିଲେ, ଯାହା ଭିପିନ୍ ଗ୍ରହଣ କରିଥିଲେ।କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଚ୍ୟାଲେଞ୍ଜ ଜିତିବା ପାଇଁ ଭିପିନ ୧୫୦ ମୋମୋ ଖାଇଥିଲେ। ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ। ପୋଷ୍ଟମର୍ଟମ ପରେ ପୋଲିସ ଭିପିନଙ୍କ ମୃତଦେହ ତାଙ୍କ ପରିବାରକୁ ଦେଇଥିଲା। ଭିପିନଙ୍କ ଆକସ୍ମିକ ମୃତ୍ୟୁରେ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି।

ଡାକ୍ତର କହିଛନ୍ତି ଯେ, ସମ୍ପୂର୍ଣ୍ଣ ଚୋବାଇବା ପରେ ମୋମୋ ଖାଇବା ଆବଶ୍ୟକ, କାରଣ ଯଦି ଆପଣ ଏହାକୁ ଚୋବାନ୍ତି ନାହିଁ, ତେବେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ରହିପାରେ। ମୋମୋସ୍ ଧଳା ମଇଦାରେ ତିଆରି, ଯାହାକୁ ଚୋବାଇ ନଥିଲେ ଗଳାରେ ଅଟକି ଯାଇ ମୃତ୍ୟୁ ହୋଇପାରେ। ଅଧିକ ମାତ୍ରାରେ ମୋମୋ ଖାଇବା ଠାରୁ ଦୂରେଇ ରୁହନ୍ତୁ । କାରଣ ମଇଦା କ୍ଷତି କର୍କ ଅଟେ।

Get real time updates directly on you device, subscribe now.