fbpx

ବିହାରର କୁଖ୍ୟାତ ଅପରାଧୀର ଏନକାଉଣ୍ଟରରେ ମୃତ୍ୟୁ, ଅପରାଧୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

Advertisement

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନୋଏଡା ଏସଟିଏଫ୍ ଏବଂ ବିହାର ଏସଟିଏଫର ମିଳିତ ଅପରେସନରେ ବୁଧବାର ବିହାରର ଜଣେ କୁଖ୍ୟାତ ଅପରାଧୀର ଏନକାଉଣ୍ଟର କରାଯାଇଥିଲା । ୟୁପିର ମୁଜାଫର ନଗର ଜିଲ୍ଲାର ରତନପୁରି ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । ଏସଟିଏଫର ସୂଚନା ଅନୁଯାୟୀ ସରକାର ଏହି ଅପରାଧୀ ଉପରେ ୨.୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସୂଚନାରୁ ପ୍ରକାଶ ବୁଧବାର ବିଳମ୍ବିତ ରାତିରେ ରତନପୁରୀ ଥାନାର କଲ୍ୟାଣପୁର ପୋଲିସ ଷ୍ଟେସନରେ ନୋଏଡା ଏବଂ ବିହାରର ଏସଟିଏଫ୍ ଟିମ୍ ଅପରାଧୀଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିଲେ । ଏହି ସମୟରେ ଏକ ବାଇକରେ ୩ ଜଣ ଯୁବକ ଆସି ପୋଲିସକୁ ଅଟକାଇବାକୁ ଚେଷ୍ଟା କରିବା ସହ ଫାୟାରିଂ ମଧ୍ୟ କରିଥିଲେ । ଏହା ପରେ ପୋଲିସ ଟିମ୍ ସେମାନଙ୍କ ପିଛା କରିଥିଲା । ଏକ ଜଙ୍ଗଲ ନିକଟରେ ବାଇକଟି ଖସିଯାଇଥିଲା । ଫଳରେ ୨ ଜଣ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ ଏବଂ ଅନ୍ୟ ଜଣେ ଏନକାଉଣ୍ଟରରେ ଗମ୍ଭୀର ଭାବେ ଆହତ ହୋଇଥିଲେ । ପୋଲିସ ତାଙ୍କୁ ଶୀଘ୍ର ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତର ଅପରାଧୀଙ୍କୁ ମୃତ ଘୋଷଣା କରିଥିଲେ । ମୃତକର ପରିଚୟ ହେଉଛି ବିହାରର କୁଖ୍ୟାତ ଅପରାଧୀ ନୀଲେଶ ରାୟ । ସେ ବେଗୁସରାଇ ଜିଲ୍ଲାର ଗଢ଼ହରା ଥାନା ଅଞ୍ଚଳର ବାରୋ ରାମପୁର ଗାଁରେ ରହୁଥିବା ପୋଲିସ ସୂତ୍ରରୁ ପ୍ରକାଶ । ଉତ୍ତର ପ୍ରଦେଶର ଏସଟିଏଫ୍ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀରେ ବେଗୁସରାଇ ଜିଲ୍ଲାରେ ପୋଲିସ ରେଡ୍ କରିବା ସମୟରେ ନୀଲେଶ ଓ ତାଙ୍କ ସାଥି ବିହାର ପୋଲିସ ଟିମ୍ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଥିଲେ ।

 

Get real time updates directly on you device, subscribe now.