ଓଡ଼ିଶା ସୀମାରେ ପହଞ୍ଚିଲା ବିଜୁବାବୁଙ୍କ ଡାକୋଟା; ଏୟାରପୋର୍ଟରେ ହେବ ସ୍ୱତନ୍ତ୍ର ଯାଞ୍ଚ

ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଓଡିୁଶା ଫେଲିଲା ବିଜୁବାବୁଙ୍କ ସ୍ମୃତି ବହନ କରୁଥିବା ଏହି ବିମାନ ଡାକୋଟା । ଏହା ଗତକାଲି କୋଲକାତାରୁ ବାହାରିଥିବା ବେଳେ ଆଜି ଓଜିଶା ସୀମା ତଥା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟରେ ପହଞ୍ଚିଛି । ଏଥିସହିତ ଏହା ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାପଡିଛି । ଡାକୋଟା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏହାକତୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଯାଞ୍ଚ କରିବେ । ତେବେ ତିନୋଟି କଣ୍ଟୋନରରେ ଲଦା ହୋଇ ଓଡିଶା ଆସୁଛି ବିଜୁବାବୁ ଚଲାଇଥିବା ବିମାନ । ଏହି ଡାକୋଟାକୁ ଓଡିଶା ଆଣିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିିବା ବେଳେ ଏହା ଅଜି ପୁରଣ ହୋଇଛି । ତେବେ ଡାକୋଟା ବିଜୁବାବୁଙ୍କ ସାହାସର ମୁକ ସାଖୀ ହୋଇଥିବା ବେଳେ ଏହା ଆଜି ଅଚଳ ହୋଇ ପଡି ରହିଛି ।

ଦିନ ଥିଲା ଡାକୋଟା ଗର୍ଜନ କରି ଆକାଶରେ ଉଡୁଥିଲା । ହେଲେ ଆଜି ସିଏ ପଡିରହିଛି । ଯଦି ବିଜୁ ବାବୁ ଜୀବିତ ରହିଥାନ୍ତେ, ତେବେ ଡାକୋଟା ଆଜି ବି ଆକାଶରେ ଉଡିଥାନ୍ତା । ଆଉ ରଚିଥାନ୍ତା ଅନେକ ଇତିହାସ । ଦ୍ୱାତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଯୁଦ୍ଧ ସରିଗଲା ସେତେବେଳେ ଅନେକ ଡାକୋଟା ଅକାମୀ ହୋଇଗଲା । ଏଭଳି କିଛି ବିମାନକୁ ନେଇ ବିଜୁ ବାବୁ ଆରମ୍ଭ କରିଥିଲେ କଳିଙ୍ଗ ଏୟାରଲାଇନ୍ସ । ବିଜୁ ବାବୁଙ୍କ ମାଲିକାନାରେ ୪ଟି ବିମାନ ଥିବାବେଳେ ୩ଟି ବିମାନ ସପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କିନ୍ତୁ ଗୋଟିଏ ବିମାନ ଏବେ ବି ଇଣ୍ଡୋନେସିଆରେ ପଡିରହିଛି । ଆଉ ଯେଉଁ ଡାକୋଟା ଓଡିଶା ଫେରୁଛି ତାକୁ ଲିଜ୍ ରେ ଆଣି ଉଡାଉଥିଲେ ବିଜୁ ବାବୁ ।

ଏଭଳି ଏକ ଡାକୋଟା ବିମାନ ଧରି ଅତ୍ୟନ୍ତ ଦୁଃସାହସିକ ଅଭିଯାନକୁ ବାସ୍ତବ ରୂପ ଦେଇଥିଲେ ବିଜୁ ପଟ୍ଟନାୟକ । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଇଣ୍ଡୋନେସିଆର ତକ୍ରାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍ ସେନା କବଳରୁ ମୁକ୍ତ କରିଥିଲେ । ଏମିତି ଅନେକ ସଫଳ କାହାଣୀ ବହନ କରୁଥିବା ଡାକୋଟା ବିମାନ ଆଜି କୋଲକାତାରୁ ବାହାରି ଭୁବନେଶ୍ୱର ଅଭିମୁଖଏ ଯାତ୍ରା କରୁଛି । ଯାହାକୁ ୩ଟି ଟ୍ରଲର ମାଧ୍ୟମରେ ଓଡିଶା ଅଣାଯାଉଛି । ତେବେ ଏହା ଓଡିଶା ଆସିବା ପରେ ଓଡିଶାବାସୀ ଦେଖିବେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ।