(Video) ଚଳନ୍ତା ଗାଡିରୁ ଚେନ୍ ଝାମ୍ପିଲା ଚୋର, କିଛି ଦୂର ଘୋଷାଡି ହୋଇଗଲେ ମହିଳା, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖିବା ମାତ୍ରେ ମନରେ ଛନକା ପସିଛି । ବାଇକରେ ଦୁଇଜଣ ଯାଉଥିବା ବେଳେ ଚୋର ଅନ୍ୟ ଏକ ବାଇକରେ ଆସି ଚଳନ୍ତା ଗାଡିରୁ ମହିଲାଙ୍କ ଚେନ୍ ଛଡାଉଥିବା ଦେଖାଯାଇଛି । ତେବେ ଚେନ୍ ପାଇଁ ମହିଳାଜଣକ ରାସ୍ତାର କିଛି ସମୟ ଘୋଷାଡି ମଧ୍ୟ ହେଉଛନ୍ତି । ମଦୁରାଇର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଭାଇରାଲ ଭିଡିଓକୁ ଆଧାର କରି ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୀଡିତା ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଘରକୁ ଫେରୁଥିଲେ । ମହିଳାଙ୍କ ବାଇକ୍ ଘର ନିକଟରେ ବାଇକରଗତି ମନ୍ଥର ହେବା ମାତ୍ରେ ଦୁଇଜଣ ଅଭିଯୁକ୍ତ ପଛ ପଟରୁ ଏକ ବାଇକରେ ଆସିଥିଲେ । ତେବେ କିଏ କିଛି ବୁଝିବା ଆଗରୁ ଚୋରମାନେ ମହିଳାଙ୍କ ଚେନ୍ ଟାଣିଥିଲେ । ଫଳରେ ମହିଳାଜଣକ ବାଇକରୁ ଖସିପଡିଥିଲେ । ଏହାସହିତ ମହିଳାଙ୍କ ସହିତ ଯାଉଥିବା ଯୁବକ ମଧ୍ୟ ତଳେ ପଡିଯାଇଥିଲେ । ତେବେ ଚେନକୁ ଟାଣି ଧରିବା କାରଣରୁ ମହିଳାଜଣକ ରାସ୍ତାରେ କିଛି ମିଟର ଘୋଷାରି ହୋଇ ଯାଇଥିଲେ । ତେବେ ଉକ୍ତ ମହିଳା ପୀଡିତାଙ୍କର ନାମ ମଞ୍ଜୁଲତା ବୋଲି ଜଣାପଡିଛି । ତେବେ ସିସିଟିଭି ଫୁଟେଜ ଭାଇରାଲ ହେଉଥିବା ବେଳେ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.