fbpx

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: କ୍ୟାପିଟାଲ ହସ୍ପିଟାଲରେ ହେବ ବାୟୋପ୍ସି ପରୀକ୍ଷା, ସ୍ଥାପନ ହେବ ‘ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କ୍ୟାପିଟାଲ ହସ୍ପିଟାଲ- ପିଜିଆଇଏମଇଆରରେ ବାୟୋପ୍ସି ପରୀକ୍ଷା କରାଯିବା ସହ ରିପୋର୍ଟ ମିଳିବ । ଏଥିସହିତ ମାଇକ୍ରୋବାୟୋଲୋଜି, ପାରାସିଟୋଲୋଜିକାଲ ଟେଷ୍ଟ, କଲଚର ଟେଷ୍ଟ, କ୍ୟାନସର ପରୀକ୍ଷାର ରିପୋର୍ଟ ସମେତ ରକ୍ତଜନିତ ତ୍ରୁଟି ପାଇଁ ରାଜ୍ୟ ବାହାରକୁ ରୋଗୀଙ୍କ ନମୂନା ପଠାଯିବନି । ଏସବୁ ରୋଗର ପରୀକ୍ଷା ଏଠାରେ କରାଯିବା ସହ ସେସବୁର ରିପୋର୍ଟ ବି ମିଳିପାରିବ ।

କ୍ୟାପିଟାଲ ହସ୍ପିଟାଲ ପରିସରରେ ‘ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ’ ସ୍ଥାପନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ସେଥିପାଇଁ ୨୧ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ହସ୍ପିଟାଲର ପାଥୋଲୋଜି ବିଭାଗ ନିକଟରେ ଏହି ଲାବୋରେଟୋରୀ ନିର୍ମାଣ କରାଯିବ । ଫଳରେ ବିରଳ ରୋଗ ହେଉ ବା ଜେନେଟିକ୍ କୋଡ୍ ପରୀକ୍ଷା ଉକ୍ତ ଲାବୋରେଟୋରୀରେ କରାଯିବ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁିକ ମେସିନରେ ଏହି ପରୀକ୍ଷା ପାଇଁ ସୁଯୋଗ ମିଳିବ । ଗରିବ ରୋଗୀ ମାଗଣାରେ ଚିକିତ୍ସା ପାଇ ପାରିବେ । ରୋଗୀମାନେ ତୁରନ୍ତ ରିପୋର୍ଟ ପାଇ ପାରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.