fbpx

୨୯ରେ ଖୋଲିବ ବିରଜା ମନ୍ଦିର

ଯାଜପୁର, ୨୫ା୧୨ (ଓଡିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିରଜା ମନ୍ଦିର ଖୋଲିବ । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜାନୁଆରୀ, ୧, ୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.