fbpx

ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ । ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପିଡିତ ଥିଲେ ବିଷ୍ଣୁସେଠୀ । ଏମ୍ସର ଅତିରିକ୍ତ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୬୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।ଏମ୍ସ ନୀରକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଜଣେ ନେତା ନୁହେଁ ବରଂ ବିରୋଧୀ ଦଳର ଉପନେତା ଥିଲେ ବିଷ୍ଣୁ ସେଠୀ ।ଲୋକମାନଙ୍କ ହକ ପାଇଁ ବିଧାନ ସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ତାଙ୍କର ରଣ ହୁଙ୍କାର ଶୁଣବାକୁ ମିଳୁଥିଲା । ଯାହାକି ଆଜି ଚିର ଦିନ ପାଇଁ ନିସ୍ତବ୍ଦ ହୋଇ ଗଲା । ବିରୋଧୀ ମାନଙ୍କର ଆଗ ଧାଡିର ନେତା ଥିଲେ ବିଷ୍ଣୁ ସେଠୀ ।

ଦଳ ବିଚାର ସହିତ ଦଳର ନୀତି ଆଦର୍ଶ ସହିତ ସବୁ ବେଳେ ଖାପ ଖୁଆଇ କାର୍ଯ୍ୟ କରୁଥିଲେ ଶ୍ରୀ  ସେଠୀ । ନିଜର ଶାଣିତ ସ୍ୱରରେ ସରକାରଙ୍କୁ ପ୍ରଶ୍ନ କରିବାକୁ ସତସାହାସ ରଖୁଥିଲେ । ସଙ୍ଗଠକ ଠାରୁ ଆରମ୍ଭ କରି ସାହିତ୍ୟିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ବହୁତ । ସାମ୍ବାଦିକ ଠାରୁ ଆରମ୍ଭ କରି ସମ୍ପାଦକିୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାରଙ୍ଗମ୍ୟ ହାସଲ କରିଥିଲେ । ସରକାରୀ ଚାକିରୀକୁ ଛାଡି ରାଜନୀତିରେ ପାଦ ଦେଇଥିବା ସେଠୀ ପ୍ରଥମେ ଚାନ୍ଦବାଲି ବିଧାୟକ ଏବଂ ପରେ ଧାମନଗରରୁ ବିଧାୟକ ପଦରେ ନିର୍ବାଚିତ ହୋଇଥିଲେ । ଲୋକମାନଙ୍କର ଅବହେଳା ଠାରୁ ଆରମ୍ଭ କରି ସରକାରକୁ ସବୁ ବେଳେ ନିଜ ପ୍ରଶ୍ନ ବାଣରେ ଘାଇଲା କରୁଥିଲେ ସେଠୀ । ବିଜେଡି ଠାରୁ ଆରମ୍ଭ କରି କଂଗ୍ରେସ ସମସ୍ତ ଦଳକୁ ସମାଲୋଚନା କରିବାର ସତସାହସ ରଖୁଥିଲେ ଏହି ବିଧାୟକ । ଆଜି ତାଙ୍କର ଦେହାନ୍ତରେ କେବଳ ରାଜ୍ୟ ବିଜେପି ନୁହେଁ ବରଂ ସାରା ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Get real time updates directly on you device, subscribe now.