fbpx

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା BJD: ଜାଣନ୍ତୁ କାହାକୁ ବାଛିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର । ଏହା ସହ ଶ୍ରୀମତି ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି ।

ଉଲ୍ଲେଖଯୋଗ୍ୟ ଯେ, ତିନିଜଣ ରାଜ୍ୟସଭା ସାଂସଦଙ୍କ ନାମ N. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାଟ୍ରାଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ଶେଷ ହେବ।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ସାଂସଦ ସୁବାସ ସିଂ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଜୁନ୍‌ ୧୩ ତାରିଖରେ ଏହି ଉପନିର୍ବାଚନ ହେବ । ଆଗରୁ ନିର୍ବାଚନ କମିଶନ ଏହାର ଘୋଷଣା କରିଥିଲେ । ଶ୍ରୀ ସିଂ ୨୦୨୦ ମାର୍ଚ୍ଚରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିଥିବା ବେଳେ ଗତ ମାର୍ଚ୍ଚ ୨୭ରେ କଟକ ମେୟର ଭାବେ ନିର୍ବାଚିତ ହୋଇଥିଲେ । ପରେ ଏପ୍ରିଲ ୨୧ରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ।

Get real time updates directly on you device, subscribe now.