fbpx
BSKY SKY
BSKY SKY

ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅତନୁ ସବ୍ୟସାଚୀ; ପର୍ଯ୍ୟବେକ୍ଷକଙ୍କ ନିକଟରେ ସଙ୍ଗୀନ ଅଭିଯୋଗ

BSKY

ମହାକାଳପଡା(ଓଡ଼ିଶା ଭାସ୍କର): ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରାରେ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସଞ୍ଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା ଗ୍ରାମରେ ଆୟୋଜିତ ବିଜେଡି କାର୍ୟ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିଧାସଳଖ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ପଂଚାୟତ ନିର୍ବାଚନ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ପର୍ୟ୍ୟବ୍ୟକ୍ଷକ ଦେବାଶିଷ ସାମନ୍ତରାୟ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସୁପୁତ୍ର ସଞ୍ଜୟ ଅଗ୍ରୱାଲ ଓ ମାର୍ଶାଘାଇ ବ୍ଲକ ଉପାଧ୍ୟାକ୍ଷା ମମତା ପ୍ରଧାନ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ରଥଙ୍କ ସମେତ ବିଜେଡି ନେତା ମାନେ ନିଜ ନିଜ ଅଭିଭାଷଣରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ବିଷ ଉଗାଳିଛନ୍ତି ।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରା ନିର୍ବାଚନ ମଣ୍ଡଳୀରେ ସବୁସମୟରେ ଦଳୀୟ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସିଧା ସଳଖ ଅଭିଯୋଗ କରିଥିଲେ ସଞ୍ଜୟ ଅଗ୍ରୱାଲ । ତେବେ ଅତନୁଙ୍କ ଏଭଳି ଆଚରଣ ଉପରେ ମୁଖ୍ୟମନ୍ତ୍ରୀ କାର୍ୟ୍ୟନୁଷ୍ଠାନ ନେବେ ବୋଲି ସଭାରେ ଅତନୁଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ଦେବାଶିଷ ସାମନ୍ତରାୟ । ନିଜ ନିର୍ବାଚନ ମଣ୍ଡଳୀ ଛାଡି ପାଟକୁରାରେ ବେଶୀ ରାଜନୀତି ନକରିବା ପାଇଁ ଦେବାଶିଷ ପରାମର୍ଶ ଦେଇଥିଲେ । ସଞ୍ଜୟ ଅଗ୍ରୱାଲଙ୍କ ବିସ୍ଫୋରକ ବୟାନକୁ ନେଇ ପାଟକୁରା ଗୋଷ୍ଠୀ କନ୍ଦଳର ପଂଚାୟତ ନିର୍ବାଚନ ଉପରେ କଣ ଫଳାଫଳ ରହିବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.