fbpx

ଟି-୨୦ ବିଶ୍ୱକପ୍: ନାମିବ୍ୟାର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ: ବୋଲରଙ୍କ ସଫଳତା ଏବଂ ଜେଜେ ସ୍ମିଟଙ୍କ ଅଲରାଉଣ୍ଡ ସଫଳତା ବଳରେ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ମାତ୍ର ୧୦୯ ରନ କରିଥିବା ବେଳେ ୫ଟି ବଲ ବାକିଥାଇ ୫ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା ନାମିବ୍ୟା । ଆବୁଧାବିରେ ଖେଳା ଯାଇଥିବା ମୁକାବିଲାରେ ନାମିବ୍ୟା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।ସ୍କଟଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୯ ରନ ସଂଗ୍ରହ କରିଥିଲା । ମାଇକେଲ ଲିସ୍କ ସର୍ବାଧିକ ୪୪ ରନ କରିଥିଲେ । ନାମିବ୍ୟା ପକ୍ଷରୁ ଟ୍ରେମ୍ପଲଟନ ମାତ୍ର ୧୭ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

୧୧୦ ରନ ଲକ୍ଷ୍ୟର ପିଛା କରୁଥିବା ନାମିବ୍ୟା ଜେଜେ ସ୍ମିଟ୍ ଅପରାଜିତ ୩୨ ରନ କରି ଦଳକୁ ବିଜୟୀ କରାଇଥିଲେ । ଲିସ୍କ ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ଶାରିଫ, ଗ୍ରୀଭସ, ମାର୍କ ୱାଟ୍ଟ ଓ ହ୍ୱିଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ରୁବେନ ଟ୍ରେମ୍ପଲମ୍ୟାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.