fbpx

୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡ଼ି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡ଼ିର ୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ଦଳ । ନିର୍ଦ୍ଦେଶନାମାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ମିଳିଛି । ସେହି ୫ଟି ଜିଲ୍ଲା ହେଉଛି – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି । ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କୁ ୬ଟି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ଭାଳିବେ ।

ଏହା ସହ ନିରଞ୍ଜନ ପୂଜାରୀଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେଥିରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲା ସାମିଲ ରହିଛି । ଅନ୍ୟପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ତୁଲାଇବେ ୭ଟି ଜିଲ୍ଲାର ଦାୟିତ୍ୱ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ କାର୍ଯ୍ୟ କରିବେ ସୌମ୍ୟ ।

ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାୟିତ୍ୱରେ ୬ଟି ଜିଲ୍ଲା ରହିଛି । କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହୋଇଛନ୍ତି ପ୍ରସନ୍ନ । ଏହା ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କୁ ଦେଇଛି ବିଜେଡ଼ି ।

Get real time updates directly on you device, subscribe now.