Big Breaking: ବିଜେଡି ନେତା ରାଜା ଚକ୍ର ଗିରଫ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରେସମିଟ୍ ଜରିଆରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ।

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ସୂଚନା । ଗାଁ ଲୋକଙ୍କ ସମର୍ଥନ ପାଇଁ ଟଙ୍କା ବାଣ୍ଟିଥିଲେ।

ପୂର୍ବରୁ ଏ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏ ଘଟଣାରେ ଆଗାମୀ ଦିନରେ ଆହୁରି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କ୍ରାଇମ ବ୍ରାଞ୍ଚ ।

ଗତକାଲି ହାଇକୋର୍ଟ ରାଜାଙ୍କ ଆଗୁଆ ଜାମିନକୁ ଖାରଜ କରିଥିଲେ ।

୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଛି । ମା’ କାଳୀ ନାମକ ଏକ ପ୍ରେଟ୍ରୋଲ ପମ୍ପକୁ ୯.୧ କୋଟି ଯଙ୍କା ପ୍ରଦାନ କରାଯାଇଛି । ଜିଏମଆଇଏଲକୁ କୌଣସି ତେଲ ଦିଆଯାଇ ନ ଥିବା ସୂଚନା ।

ତେଲ ସବୁ ରାଜା ଚକ୍ରଙ୍କ ଗାଡ଼ିକୁ ଦିଆଯାଇଛି । ଅନ୍ୟ ଲୋଡିଂ ଏଜେନ୍ସିକୁ କାମ ନ କରାଇ ଦେବା ଲାଗି ଟଙ୍କା ବଣ୍ଟାଯାଇଥିବା କହିଛିନ୍ତି କ୍ରାିମବ୍ରାଞ୍ଚ ଡିଜି । ଶ୍ରମିକଙ୍କ ପାଉଁଣା ନାଁରେ ୭୪ କୋଟି ଟଙ୍କା ହଡପ ।

ଆଗାମୀ ଦିନରେ ଅଡିଟ୍ ପରେ ଅନେକ ସତ ପଦାକୁ ବାହାରିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।