fbpx

୯ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ବୈଠକ ଶେଷ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ‘ଦଳର ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ବିଜେଡି କାର୍ଯ୍ୟକାରିଣୀ ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଛି । ୯ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଦଳର ସମ୍ବିଧାନ ସଂଶୋଧନ ହୋଇଛି । ୮ଟି ଆର୍ଟିକଲ ଓ ୨ଟି ବ୍ଲକ ସଂଶୋଧନ କରାଯାଇଛି ।’

ତେବେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ବସିଥିଲା କାର୍ଯ୍ୟକାରିଣୀ ବୈଠକ । ଏହା ସହ ଆସନ୍ତାକାଲି ଦଳର ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.