fbpx

ସାର ଅଭାବ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଓଡ଼ିଶାରେ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛନ୍ତି ସ୍ମାରକପତ୍ର । ଏହାପରେ ସାର ଯୋଗଣ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜ୍ୟରେ ସାର ଯୋଗାଇବାକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଉଲ୍ଲେଖ ଥିଲା ଯେ ମେ’, ଜୁନ ଓ ଜୁଲାଇ ମାସରେ ସାର ଯୋଗାଣ କମ୍ ହୋଇଛି । ଏଥିପାଇଁ ରାଜ୍ୟକୁ ତୁରନ୍ତ ସାର ଯୋଗାଇବା ଆବଶ୍ୟକ । ଖରିଫ ଋତୁ ସମୟରେ ମାତ୍ର ୧,୪୫,୧୪୫ ମେଟ୍ରିକ ଟନ୍ ସାର ମିଳିଛି । ଆବଶ୍ୟକ ଚାହିଦାର ମାତ୍ର ୬୨% ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ରୁ ୭୪% ମିଳିଛିି । ବାତ୍ୟା ୟାସ୍ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କୁ ପ୍ରତିକୂଳ ପ୍ରଭାବ ପକାଉଛି ।

Get real time updates directly on you device, subscribe now.