ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନବୀନଙ୍କ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ବିରୋଧୀ ଦଳର ନେତା ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଜେପି ଅଫିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ନବୀନଙ୍କୁ ଟାର୍ଗେଟ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୪ ବର୍ଷରେ ଆପଣ ମହିଳାଙ୍କୁ କଣ ଦେଲେ କଣ ଦେଲେ ବୋଲି ପ୍ରଶ୍ନ କରୁଛନ୍ତି ପଭାତୀ । ଆମ ସରକାର ମହିଳାଙ୍କୁ ନୁହେଁ। ଏଥିପାଇଁ ସୁଭଦ୍ରା ପ୍ରୋତ୍ସାହନ ଦେଉଛି।
ସେ ଆହୁରି କହିଛନ୍ତି ଯେ, ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି। ମୋଦୀ ନାଁ ନେଇଯିବେ ବୋଲି ଆପଣ ଲକ୍ଷପତି ଦିଦି ଯୋଜନା କରୁନଥିଲେ।
ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମିଶନ ସକ୍ତି ମହିଳାଙ୍କୁ ବ୍ୟବହାର କରୁଥିଲେ। ୨୪ ବର୍ଷ ଧରି ମିଛ ୱାର୍କ ଅର୍ଡର ଦେଇ ମହିଳାଙ୍କ ୁ ଠକିଛନ୍ତି।
ଆପଣ ଜାଣିସାରିଛନ୍ତି ଯେ, ଆଉ ଭୂଆଁ ବିଲେଇ ହେବନି। ତେଣୁ ବିଳିବିଳାଉଛନ୍ତି।