ସାହାରା ଖୋଜୁଛି ବିଜେଡି, ତାମିଲନାଡୁରେ ଷ୍ଟାଲିନଙ୍କ ସହ ବିଜେଡିର ବଡ଼ ବୈଠକ
ବିଜେପି ବିରୋଧରେ ବିଜେଡିର ବଡ଼ ପ୍ଲାନ! ଏକା ପାରିଲାନି ଶେଷରେ ଷ୍ଟାଲିନଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କଲା ବିଜୁ ଜନତା ଦଳ!
ତାମିଲନାଡୁ: ନବୀନଙ୍କ ବଡ଼ ପ୍ଲାନ। ଚେନ୍ନାଇରେ ବସିଲା ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକ। ଦେଶର ଅନ୍ୟ ବିରୋଧୀ ଦଳଙ୍କ ସହ ସାମିଲ ହୋଇଛି ବିଜୁ ଜନତା ଦଳ। ପୂର୍ବରୁ ସମଦୂରତା ନୀତି ଆପଣାଉଥିଲା ବିଜେଡି।
ହେଲେ ୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଯେମିତି ସାହାରା ଖୋଜୁଛି ବିଜେଡି। ତେଣୁ ଏବେ ବିରୋଧୀ ଦଳ ମାନଙ୍କ ସହ ମିଶି ରଣନୀତି କରିବା ଆରମ୍ଭ କରିଛି। ଆଉ ଏହାର ଆରମ୍ଭ ତାମିଲନାଡୁରୁ ହୋଇଛି।
ବିଜେଡିର ବଡ଼ ପ୍ଲାନ: ହଁ ରାଜ୍ୟରେ ନିଜ ସ୍ଥିତି ପୁଣିଥରେ ମଜବୁତ କରିବା ପାଇଁ ରାଜ୍ୟର ଜନତାଙ୍କ ସ୍ୱାର୍ଥର ଦ୍ନାହି ଦେଇ ଏବେ ସମଦୂରତା ନୀତିରୁ ଅବସର ନେଇଛି ବିଜେଡି। ବିଜେପି ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ସେଥିପାଇଁ ତ ଷ୍ଟାଲିନ ଡାକିଥିବା ବୈଠକରେ ବିଜେଡି ଦଳର ଦୁଇ ବରିଷ୍ଠ ନେତା ନବୀନଙ୍କ ନିର୍ଦ୍ଦେଶରେ ତାମିଲନାଡୁରେ ପହଞ୍ଚିଛନ୍ତି। କେନ୍ଦ୍ର ବିରୋଧୀ ଏହି ବୈଠକରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା।
କୁହାଯାଉଛି ଷ୍ଟାଲିନଙ୍କ ସହ ମିଶି ବିଜେଡି ଶାସକ ଦଳ ବିରୋଧରେ ଏକ ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ସେଥିପାଇଁ ତାମିଲନାଡୁକୁ ନିଜର ଦୁଇ ବିଶ୍ୱସ୍ତଙ୍କୁ ପଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବସିଲା ବୈଠକ: ତେବେ ଆରମ୍ଭ ହୋଇଛି ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକ। ଯେଉଁଠାରେ ବିଭିନ୍ନ ବିରୋଧୀ ଦଳର ନେତା ସାମିଲ ହୋଇଛନ୍ତି। ଆଉ ଏହି ବୈଠକର ମଙ୍ଗ ଧରିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି।
ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଛନ୍ତି। ଷ୍ଟାଲିନ୍ଙ୍କ ଅନୁରୋଧ ରକ୍ଷା କରି କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି।
ସେହିଭଳି ଟିଏମ୍ସି, ବିଜେଡି, ୱାଇଏସ୍ଆର୍ କଂଗ୍ରେସ, ବିଆର୍ଏସ୍ର ନେତୃବୃନ୍ଦ ଯୋଗ ଦେଇଛନ୍ତି। ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକର ନେତୃତ୍ବ ନେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍।