fbpx

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦିଆଯାଉ ସୁରକ୍ଷା- ମମତା ସରକାରଙ୍କୁ ହାଇକୋର୍ଟର ଆଦେଶ

କୋଲକାତା: କୋଲକାତା ହାଇକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାରଙ୍କ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁରକ୍ଷା ଦେବା ମାମଲାର ଶୁଣାଣି କରିବା ସମୟରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ, ଗୃହ ମନ୍ତ୍ରାଳୟ ଦ୍ୱାରା ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯିବ ।

ପଶ୍ଚିମବଙ୍ଗ ସରକାର ଅଦାଲତକୁ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ୟେଲୋ ବୁକ୍ ଅନୁସାରେ ଜେଡ୍ ଶ୍ରେଣୀର ସୁରକ୍ଷା ସାହାଯ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ରକ୍ଷଣାବେକ୍ଷଣ କରାଯାଉଛି । ସୁରକ୍ଷା ନିର୍ଦ୍ଦେଶାଳୟ ରିପୋର୍ଟ କରିଛି ଯେ ପାଇଲଟ, ରୁଟ ଲାଇନିଂ ଏବଂ ମିଟିଂ ପାଇଁ ଅଧିକାରୀଙ୍କୁ ପୂର୍ବରୁ ରାଜ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସୁଭେନ୍ଦୁ ଆଦିକାରୀଙ୍କୁ ଦିଆଯାଇଥିବା ସୁରକ୍ଷା ମେ ମାସ ୧୮ ତାରିଖରେ ପ୍ରତ୍ୟାହାର କରାଯାଇଥିଲା। ଏହାପରେ ସେ ଏହି ସମ୍ବନ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ସୁରକ୍ଷା ଫେରାଇ ନେବା ସମ୍ପର୍କରେ ମମତା ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଏହି ମାମଲାକୁ ନେଇ ସେ ହାଇକୋର୍ଟ ମୁହାଁ ହୋଇଥିଲେ । ବିଜେପି ନେତାଙ୍କ ଆବେଦନର ଶୁଣାଣି କରିବା ସମୟରେ ପଶ୍ଚିମବଙ୍ଗର ସୁରକ୍ଷା ନିର୍ଦ୍ଦେଶକକୁ ହାଇକୋର୍ଟ କହିଥିଲେ ଯେ, କାହିଁକି ଶୁଭେନ୍ଦୁଙ୍କ ସୁରକ୍ଷାକୁ ଫେରାଇ ନିଆଯାଇଛି ।

Get real time updates directly on you device, subscribe now.