fbpx

BJP ବିଧାୟକଙ୍କ ପୁଅ ଗିରଫ: ଜବତ ହେଲା ୮ କୋଟି କ୍ୟାଶ, କୁଆଡ଼ୁ ଆସିଲା ଏତେ ଟଙ୍କା

ନୂଆଦିଲ୍ଲୀ: ଆଜିକାଲିର ରାଜନେତାଙ୍କ କଥା ନ କହିବା ଭଲ । କିଛି ନେତା ଏଭଳି ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତିତ୍ୱକୁ ସାରା ଜୀବନ ପାଇଁ ସ୍ୱଚ୍ଛ ରଖିଥାନ୍ତି । ଲୋକମାନେ ସେମାନଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି । ମାତ୍ର ଆଉ କିଛି ନେତାଙ୍କ ଘରୁ ସତେ ଯେମିତି ଟଙ୍କାର ପାହାଡ଼ ମିଳିଥାଏ । ତେବେ ଏହି କ୍ରମରେ ଆଜି ଜଣେ ବିଜେପି ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ଜବତ କରାଯାଇଛି । ଏଥିସହିତ ଏହି ଘଟଣାରେ ବିଧାୟକଙ୍କ ପୁଅଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଲୋକାୟୁକ୍ତ ରେଡରେ ବିଜେପି ବିଧାୟକଙ୍କ ବାସଭାବନ ଓ ଅଫିସରୁ ପାଖାପାଖି ୮ କୋଟି କ୍ୟାଶ ଜବତ କରାଯାଇଛି । ପୂର୍ବରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅଙ୍କୁ ଲୋକାୟୁକ୍ତ ଗିରଫ କରିଥିଲେ । ଏହାପରେ ତାଙ୍କର କାର୍ଯ୍ୟାଳୟ ଓ ବିଧାୟକଙ୍କ ବାସଭବନରେ ରେଡ୍ ମରାଯାଇଥିଲା । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକାୟୁକ୍ତଙ୍କ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ବେଳେ ବିଧାୟକଙ୍କ ଘରୁ ୬ କୋଟି ଓ ତାଙ୍କ ପୁଅ ପ୍ରଶାନ୍ତଙ୍କ ଅଫିସରୁ ୧.୭ କୋଟି କ୍ୟାଶ୍ ଜବତ ହୋଇଥିଲା ।

ତେବେ ଏହି ବିପୁଳ ମାତ୍ରାରେ କ୍ୟାଶ ଜବତ ହେବା ପରେ ଏବେ ବିଧାୟକଙ୍କୁ ପଚରାଉଚରା ପାଇଁ ଲୋକାୟୁକ୍ତ ସମନ୍ ପଠାଇ ପାରନ୍ତି । ପ୍ରଶାନ୍ତ ତାଙ୍କ ବାପାଙ୍କ ନାମରେ ଏହି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ବିଜେପି ବିଧାୟକ ମଦଲ କର୍ଣ୍ଣାଟକ ସପସ ଆଣ୍ଡ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ରହିଛନ୍ତି । ତେବେ ବିଧାୟକଙ୍କ ଘରୁ ଏତେମାତ୍ରାରେ କ୍ୟାଶ ଜବତ ହେବା ଘଟଣା ସଭିଙ୍କୁ ତାଜୁବ କରିଦେଇଛି । କେହି ଜଣେ ବ୍ୟକ୍ତି ତାଙ୍କୁ ଲାଞ୍ଚ ଆକାରରେ ଏହି ଟଙ୍କା ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.