fbpx

କରୋନାରେ ବିଜେପି ବିଧାୟକଙ୍କ ପରଲୋକ, ୭ ଦିନ ଭେଣ୍ଟିଲେଟରରେ ଥିଲେ

ଲକ୍ଷ୍ନୌ ,୨୩ ।୪: ସାରା ଦେଶରେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି । ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପଶ୍ଚିମ ଅଞ୍ଚଳର ବିଜେପି ବିଧାୟକ ସୁରେଶ ଚନ୍ଦ୍ର ଶ୍ରୀବାସ୍ତବଙ୍କର କରୋନା ଯୋଗୁଁ ଦେହାନ୍ତ ହୋଇଛି । ବିଧାୟକ ଶ୍ରୀବାସ୍ତବ କରୋନା ସଂକ୍ରମଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ବିଧାୟକ ଜଣକ ୭୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ କରୋନା ଯୋଗୁଁ ଉତ୍ତରପ୍ରଦେଶର ୨ ବିଧାୟକଙ୍କର ମୃତ୍ୟୁ ହୋଇସାରିଛି । ଏହାପୂର୍ବରୁ ଔରୋୟା ସଦରରୁ ବିଜେପି ବିଧାୟକ ରମେଶ ଦିବାକରଙ୍କର ମଧ୍ୟ କରୋନରେ ଦେହାନ୍ତ ହୋଇଥିଲା ।

ସୂଚନାନୁସାରେ, ବିଧାୟକ ସୁରେଶ ଚନ୍ଦ୍ର ଶ୍ରୀବାସ୍ତବ କରୋନା ସଂକ୍ରମିତ ହେବା ପରେ ୭ ଦିନ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । କରୋନା ସଂକ୍ରମଣ ପରେ ସେ ଚିକିତ୍ସିତ ହେଉଥିଲେ । ବିଧାୟକଙ୍କ ପତ୍ନୀ ଏବଂ ସାନ ପୁଅର ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିଛି । ପିଜିଆଇରେ ତାଙ୍କର ଚିକିତ୍ସା ଚାଲିଛି । ସୁରେଶ ଲଗାତାର ପାଞ୍ଚ ଥର ପଶ୍ଚିମ ଜୋନର ଜଣେ ବିଧାୟକ ଥିଲେ ।

Get real time updates directly on you device, subscribe now.