fbpx

କେଉଁଆଡେ ଚାଲିଯାଇଛନ୍ତି ବିଜେପି ବିଧାୟକଙ୍କ ପତ୍ନୀ, ଡିମେନସିଆ ରୋଗରେ ଥିଲେ ପୀଡିତ

ସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁର ଲମ୍ଭୁଆର ବିଜେପି ବିଧାୟକ ସୀତାରାମ ବର୍ମାଙ୍କ ପତ୍ନୀ ପୁଷ୍ପା ବର୍ମା କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ମଙ୍ଗଳବାର ବିଧାୟକଙ୍କ ପତ୍ନୀ ଘରୁ ବାହାରିଥିଲେ । ଏହାପରେ ତାଙ୍କର ଆଉ କିଛି ଖୋଜ ଖବର ମିଳି ନ ଥିଲା । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ବିଧାୟକଙ୍କ ପୁଅ ଗାଜିପୁର ଥାନାରେ ନିଖୋଜ ନେଇ ଅଭିଯୋଗପତ୍ର ଦାଖଲ କରିଛନ୍ତି । ଏହାପରେ ପୁଷ୍ପାଙ୍କ ସନ୍ଧାନ ଲାଗି ପୋଲିସ ୬ ଗୋଟି ଟିମ୍ ଗଠନ କରିଛି ।

ଇନ୍ଦିରା ନଗର ସେକ୍ଟର ଆଠରେ ରହୁଥିବା ବିଧାୟକ ସୀତାରାମ ବର୍ମାଙ୍କ ପତ୍ନୀ ପୁଷ୍ପା ଡିମେନସିଆ ରୋଗରେ ପୀଡିତ । ପୁଅ ଲେଫ୍ଟନାଣ୍ଟ ପଙ୍କଜକୁମାର ମଧ୍ୟ ମା’ଙ୍କୁ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଦେଇଛି । ଏହି ଘଟଣାରେ ପୋଲିସ କହିଛି ଆମେ ପୁଷ୍ପା ବର୍ମାଙ୍କର ସନ୍ଧାନ ଜାରି ରଖିଛୁ । ଘର ପାଖାପାଖି ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ନିରୀକ୍ଷଣ କରାଯାଉଛି । ସିସିଟିଭି ଫୁଟେଜ୍‌ରେ ସେ ଭିତରକୁ ପଡିଥିବା ଏକ ସଡକରେ ଆଗକୁ ଯାଉଥିବାର ନଜର ଆସୁଛନ୍ତି । ଯାହାପରେ ତାଙ୍କର ଆଉ କୌଣସି ସିସିଟିଭି ଫୁଟେଜ୍ ମିଳି ନାହିଁ । ଘର ଲୋକେ କହିଛନ୍ତି କି ବହୁଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ପୋଲିସ କହିଛି ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ତାଙ୍କ ଫଟୋ ବଣ୍ଟା ଯାଇଛି । ଖୁବ୍ ଶୀଘ୍ର ସନ୍ଧାନ ମିଳିଯିବ ।

Get real time updates directly on you device, subscribe now.