fbpx

ନିର୍ବାଚନୀ ପ୍ରଚାର ସମୟରେ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ଟିଏମସିକୁ ଦାୟୀ କରିଛି ବିଜେପି । ଏହି ସମୟରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ଦିଲ୍ଲୀପ ଘୋଷ କହିଛନ୍ତି ଯେ, ‘ପ୍ରଚାର ସମୟରେ ଗୁଣ୍ଡାଗିରି କରାଯାଇଥିଲା । ଟିଏମସି ଯେକୌଣସି ପରିସ୍ଥିତିରେ ନିର୍ବାଚନ ଜିତିବାକୁ ଚାହୁଁଛି ।’

ତେବେ ଭବାନୀପୁର ଆସନ ପାଇଁ ୩୦ ସେପ୍ଟେମ୍ବରରେ ମତଦାନ ହେବ । ଏହି ଦିନ ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗିପୁର ଆସନ ସହିତ ଓଡ଼ିଶାର ପିପିଲି ନିର୍ବାଚନ କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ସେହିପରି ସମସରଗଞ୍ଜରେ ମିଲାନ ଘୋଷ ଓ ଜାଙ୍ଗିପୁରରେ ସୁଜିତ ଦାସ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ । ଭୋଟିଂର ଗଣତି ୩ ଅକ୍ଟୋବରରୁ ଆରମ୍ଭ ହେବ । ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଥିଲେ ମମତା ବାନାର୍ଜୀ । କିନ୍ତୁ ରାଜ୍ୟରେ ଟିଏମସିର ବ୍ୟାପକ ବିଜୟ କାରଣରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ତାଙ୍କୁ ୬ ମାସ ଭିତରେ ଗୃହକୁ ନିର୍ବାଚିତ ହେବାକୁ ପଡିବ, ତେଣୁ ସେ ଏହି ସମୟରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Get real time updates directly on you device, subscribe now.