fbpx

ପଞ୍ଚାୟତ ନିର୍ବାଚନ: ବିଜେପି ଜାରି କଲା ଇସ୍ତାହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ ଇସ୍ତାହାର ଜାରି କରିଛି ବିଜେପି । ବିଜେପି ଇସ୍ତାହାରେ କହିଛି ଯେ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା ଅନୁଷ୍ଠିତ ହେବ । ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଞ୍ଚାୟତ ସ୍ତରରେ ବିକାଶ ନାଁରେ ବ୍ୟାପକ ଅର୍ଥ ଲୁଟ୍ ଚାଲିଛି । ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆସବୁ ପଞ୍ଚାୟତରେ ମହିଳାଙ୍କ ଉତ୍ପାଦିତ ଜିନିଷ ବଜାରରେ ବିକ୍ରି ବ୍ୟବସ୍ଥା କରାଯିବ ।

ତେବେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଥିବା ବେଳେ ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ଫେବ୍ରୁଆରୀ ୨୦, ୨୨ ଓ ୨୪ ରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୫,୨୭ ଓ ୨୮ରେ ଭୋଟ ଗଣତି ହେବ । ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ । ଏହ ସହିତ କୋଭିଡ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଛି । ପ୍ରଚାର ସଭା, ପଦଯାତ୍ରା, ବାଇକ ଓ ସାଇକେଲ ଶୋଭାଯାତ୍ରା ମନା ହୋଇଛି । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟାଫର୍ମରେ ପଚାର କରିବେ ପ୍ରାର୍ଥୀ ।

Get real time updates directly on you device, subscribe now.