(Video) “Sapne Nahi Haqeeqat Bunte…”: ପିଏମ୍ ମୁଦ୍ରା ଯୋଜନାକୁ ନେଇ ଓଡ଼ିଆ ସମେତ ୮ଟି ଭାଷାରେ ଫିଲ୍ମ ଜାରି କଲା ବିଜେପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)କୁ ନେଇ ବିଜେପି ତା’ର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଫିଲ୍ମ ଜାରି କରିଛି । ଏହି ଫିଲ୍ମ ୮ଟି ଭାଷାରେ ଜାରି କରାଯାଇଛି । ସେହି ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼, ଅସମିୟା, ବଙ୍ଗାଳୀ ଓ ହିନ୍ଦି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ମଧ୍ୟ ଏହି ଫିଲ୍ମ ଶେୟାର କରାଯାଇଛି । ଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟରେ ଏହି ଫିଲ୍ମ ଶେୟାର କରାଯାଇଥିବା ବେଳେ ତା’ର କ୍ୟାପସନରେ ଲେଖାଯାଇଛି, ମୁଦ୍ରା ଯୋଜନା ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହିତ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିବାରେ ସହାୟକ ହୋଇ ପାରିଛି । ଏହି ଯୋଜନାରେ ଆମର ମା’ ଓ ଭଉଣୀଙ୍କ ସହିତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ଲାଭାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ଏହା ମୋତେ ବହୁତ ଆତ୍ମସନ୍ତୋଷ ପ୍ରଦାନ କରିଛି ।
ମୁଦ୍ରା ଯୋଜନା ଅଧିନରେ ଦେଶର ୪୪ କୋଟିରୁ ଅଧିକ ଲୋକଙ୍କ କୋଲେଟରଲ ଫ୍ରି ଲୋନ ଦିଆଯାଇଛି । ଏହି ଯୋଜନା ଜରିଆରେ କୋଟି କୋଟି ଲଘୁ ଉଦ୍ୟୋଗୀ ସଶକ୍ତ ହୋଇଥିବା ବେଳେ ସେଥିମଧ୍ୟରେ ୭୦ ପ୍ରତିଶତ ମହିଳା ରହିଛନ୍ତି । ଚାକିରି ଖୋଜୁଥିବା ଲୋକମାନେ ଆଜି ଚାକିରି ସୃଷ୍ଟି କରିପାରିଛନ୍ତି । ଏହା ମୋଦୀଙ୍କ ଗ୍ୟାରେଣ୍ଟି ଅଟେ । ବିଜେପିର ଅଫିସିଆଲ ଆକାଉଣ୍ଟରେ କ୍ୟାପସନରେ ଏହା ଲେଖାଯାଇଛି । ମୋଟ ୫ଟି ଫିଲ୍ମ ୮ଟି ଭାଷାରେ ରିଲିଜ କରାଯାଇଥିବା ବେଳେ ସେଥିରେ ସରକାରଙ୍କ ପଲିସୀର କାର୍ଯ୍ୟକାରିତା ସ୍ଥାନ ପାଇଛି । ‘ସପନେ ନହିଁ ହକିକତ ବୁନତେ, ତଭି ତୋ ସବ ମୋଦୀ କୋ ଚୁନତେ ହୈ’, ଏହା ୨୦୨୪ ନିର୍ବାଚନ ପାଇଁ ବିଜେପିର ଅଭିଯାନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ କିପରି ବାସ୍ତବତାରେ ରୂପାନ୍ତରିତ କରିପାରିଛନ୍ତି ତାହା କୁହାଯାଇଛି ।
मुद्रा योजना के तहत 44 करोड़ से ज्यादा कोलैटरल फ्री लोन दिये गये हैं, जिससे करोड़ों लघु उद्यमी सशक्त हुए हैं। इनमें से 70% महिलाएं हैं।
नौकरी चाहने वाले, अब नौकरी निर्माता हैं।
ये है मोदी की गारंटी।#TabhiTohSabModiKoChunteHain
इस Playlist में पीएम मोदी की जन सेवा पहल से… pic.twitter.com/mkzWNcOHPY
— BJP (@BJP4India) February 6, 2024