fbpx

(Video)ବିଜେପି ଜାରି କଲା ଏହାର ନିର୍ବାଚନ ସ୍ଲୋଗାନ, ଏହି ଅବସରରେ ଏକ ଖାସ୍ ଭିଡିଓ ବି ଜାରି

ନୂଆଦିଲ୍ଲୀ: ବିଜେପି ଏହାର ଖାସ୍ ନିର୍ବାଚନ ସ୍ଲୋଗାନ ଜାରି କରିଦେଇଛି । ଦଳ କହିଛି ନୂଆ ସ୍ଲୋଗାନ ମୋଦୀଙ୍କ ଗ୍ୟାରେଣ୍ଟି ଅଭିଯାନର ପୂରକ ଅଟେ । ଲୋକସଭା ନିର୍ବାଚନ ୨୦୨୪ ଲାଗି ଏବେ ବହୁ ସମୟ ବାକି ରହିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ୨୦୨୪ ନିର୍ବାଚନ ଲାଗି ଆଜିଠାରୁ ପ୍ରଚାର ଅଭିଯାନର ଶଙ୍ଖନାଦ ଆରମ୍ଭ କରିଦେଇଛି ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଦଳ ଏହାର ଖାସ୍ ନିର୍ବାଚନ ସ୍ଲୋଗାନ ବି ଜାରି କରିଦେଇଛି । ଦଳର ସ୍ଲୋଗାନ ରହିଛି, ସ୍ୱପ୍ନ ନୁହେଁ ବାସ୍ତବତାକୁ ରୂପାୟିତ କରିବୁ, ଏଥିପାଇଁ ତ ସମସ୍ତେ ମୋଦୀଙ୍କୁ ହିଁ ଚୟନ କରିବୁ । ଦଳ କହିଛି ଏହି ସ୍ଲୋଗାନ ବାସ୍ତବରେ ଜନତାଙ୍କ ମଧ୍ୟରୁ ହିଁ ଆସିଛି ଅର୍ଥାତ୍ ଜନତାଙ୍କ ଭାବନାକୁ ବୁଝି ଦଳ ଏହି ସ୍ଲୋଗାନ ଆପଣାଇଛି । ଏହା ସହିତ ଦଳ କହିଛି ନୂଆ ସ୍ଲୋଗାନ ମୋଦୀଙ୍କ ଗ୍ୟାରେଣ୍ଟି ଅଭିଯାନର ପୂରକ ।

ତେବେ ଆଜି ନବମତଦାତା ସମ୍ମିଳନୀ ଅବସରରେ ବିଜେପି ପକ୍ଷରୁ ଏକ ଖାସ୍ ଭିଡିଓ ବି ଜାରି କରାଯାଇଛି ।

ଏହି ଭିଡିଓରେ କୁହାଯାଇଛି କି କିପରି ପ୍ରଧାନମନ୍ତ୍ରୀ ମୋଦୀ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରିଛନ୍ତି । ତେବେ ବିଜେପିର ନିର୍ବାଚନ ଅଭିଯାନକୁ ବହୁ ଭାଗରେ ବିଭକ୍ତ କରାଯାଇଛି । ଅଭିଯାନର ମୁଖ୍ୟ ଗୀତ ଆଜି ରିଲିଜ୍ ହୋଇଛି ଯାହା ବେଶ୍ ଇମୋସନାଲ ଅନ୍ଦାଜରେ ଉପସ୍ଥାପନ କରାଯାଇଛି । ଆଗାମୀ ଦିନରେ ଦଳ ପକ୍ଷରୁ ପର୍ଯ୍ୟାୟଗତ ଭାବରେ ଡିଜିଟାଲ ହୋର୍ଡିଂସ୍‌, ଡିସ୍‌ପ୍ଲେ ବ୍ୟାନର ଓ ଡିଜିଟାଲ ଫିଲ୍ମ ଆଦି ରିଲିଜ୍ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.