fbpx

ବବି ଦାସଙ୍କ ‘କ୍ରୀତଦାସ’ ହେବା ବୟାନରେ ଝଡ: କଟାକ୍ଷ କଲେ ବିଜେପି ନେତା

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତିରେ ଉଠିଛି ଝଡ । ଏହି ମନ୍ତବ୍ୟକୁ କଡା କାଉଣ୍ଟର କରିବା ସହ ବିଜେପି ବବିଙ୍କୁ କଟାକ୍ଷ କରିଛି । ବିଜେଡି ପାଇଁ ‘କ୍ରୀତଦାସ’ ହେବା ନେଇ ଏକ ମନ୍ତବ୍ୟରେ କହିଥିଲେ ପ୍ରଣବ ଦାସ । ଯାହାକୁ ନେଇ ବିଜେପି କାଉଣ୍ଟର କରିବା ଆରମ୍ଭ କରିଛି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ବବିଙ୍କ ଏହି ବୟାନକୁ ନେଇ ରକିଛନ୍ତି ପ୍ରତିକ୍ରିୟା ।

ବବି ଦାସଙ୍କ ‘କ୍ରୀତଦାସ’ ମନ୍ତବ୍ୟକୁ ନେଇ ଗୋଲକ ମହାପାତ୍ର ସମାଲୋଚନା ଆରମ୍ଭ କରିଛନ୍ତି । ଏକ ପ୍ରେସମିଟ ଜରିଆରେ ବିଗେପ ନେତା ବବିଙ୍କୁ କାଉଣ୍ଟର କରିଥିବା ଦେଖାଯାଇଛି । ବବିଙ୍କର ଏହି ମନ୍ତବ୍ୟ ଏକ ସାମନ୍ତବାଦୀ ମାନସିକତାକୁ ଦର୍ଶାଉଥିବା କହିଛନ୍ତି ଶ୍ରୀ ମହାପାତ୍ର । ଏହାବ୍ୟତୀତ ବବି ଲୋକଙ୍କ ପାଇଁ ନୁହେଁ, ବରଂ ଅଫିସରମାନଙ୍କ କ୍ରୀତଦାସ ହେବାକୁ ଚାହୁଁଥିବା ସେ ପ୍ରକାଶ କରିଛନ୍ତି । ଏହାପରେ ବବିଙ୍କ ମନ୍ତବ୍ୟ ଉପରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛନ୍ତି ବିଜେପି ନେତା । ବବି କହିଥିଲେ ଯେ, ନବରଙ୍ଗପୁରକୁ ସିଏମଓ ଆସିଛି । ତେବେ ଏହି ସିଏମଓ ଜଣକ କିଏ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଫାଇଭ-ଟି ଯଦି ଏକ ଚିନ୍ତାଧାରା ବୋଲି କୁହାଯାଇଥିଲା, ତେବେ ଏହା ବର୍ତ୍ତମାନ ସିଏମଓ କିପରି ହେଲା ବୋଲି ସେ ପ୍ରଶ୍ନ ବାଢିଛନ୍ତି । ତେବେ ବବି ନିଜ ଚାକିରି ବଞ୍ଚାଇବା ଉଦ୍ଦେଶ୍ୟରେ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବୋଲି ମତ ଦେଇଛନ୍ତି ବିଜେପି ନେତୋ ଗୋଲକ ମହାପାତ୍ର ।

Get real time updates directly on you device, subscribe now.