fbpx

କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର

ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି । ତେବେ ଏହାକୁ ମୁକୋରମାଇକୋସିସ୍ ବୋଲି ମଧ୍ୟ କୁହାଯାଏ । ଏହି ବ୍ଲାକ୍ ଫଙ୍ଗସ୍ କରୋନା ରୋଗୀ ଏବଂ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ବିପଦର କାରଣ ହୋଇପାରେ । ଏହି ବ୍ଲାକ୍ ଫଙ୍ଗସ୍ ଆମ ଶରୀରର ଚର୍ମ, ଫୁସଫୁସ୍ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ । ତେବେ ଏନେଇ ଆଡଭାଇଜରୀ ଜାରି କରିଛନ୍ତି ଆଇସିଏମଆର୍ । ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଯେ ମଧୁମେହ ଏବଂ ଆଇସିୟୁରେ ଅଧିକ ଦିନ ରହୁଥିବା କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି କ୍ଷତିଘଟାଏ ।

ତେବେ ଏହା ଖୁବ୍ ବିରଳ ଏବଂ କ୍ଷତିକାରକ ସଂକ୍ରମଣ । ଏହାର ଯଥାଶୀଘ୍ର ଉପଚାର କରିବା ନିହାତି ଆବଶ୍ୟକ । ଏହି ରୋଗର କିଛି ବିଶେଷ ଲକ୍ଷଣ ରହିଛି ଯେପରିକି ଆଖି ତଳ, ଗାଲ ଏବଂ ନାକ ଲାଲ ହୋଇଯିବା ଏବଂ ଯନ୍ତ୍ରଣା ହେବା । ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ଅସୁବିଧା । ରକ୍ତ ବାନ୍ତି, ସହ ମାନସିକ ସ୍ତରରେ ପ୍ରଭାବ ପକାଇବା । କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ଏହି ରୋଗର ଲକ୍ଷଣ । ପ୍ରମାଣକୁ ଭିତ୍ତି କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହାର ଚିକିତ୍ସା ଏବଂ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଜାରି କରିଛନ୍ତି । କୁହାଯାଇଛି ଯେ ବାୟୁରୁ ନିଶ୍ୱାସ ନେବାବେଳେ ମୁକୋରମାଇକୋସିସ୍ ହୋଇପାରେ । ଏଥିରେ, ବ୍ଲାକ ଫଙ୍ଗସ୍ ଭିତରକୁ ଆସେ ଯାହା ଲଙ୍ଗସକୁ ସଂକ୍ରମିତ କରେ ।

ଏହା ବାୟୁ ମଣ୍ଡଳରେ ଉପସ୍ଥିତ ଥାଏ । କରୋନା ସଂକ୍ରମିତ ରୋଗୀ କିମ୍ବା କରୋନାରୁ ଆରୋଗ୍ୟ ରୋଗୀଙ୍କ ଠାରେ ଦେଖାଦେଉଥିବା ସହିତ ଯେଉଁ ମାନଙ୍କର ପ୍ରକୃତିକୃତ ରୋଗ ସହିତ ଲଢ଼ିବାର ଶକ୍ତି ନଥାଏ ସେହି ମାନଙ୍କ ଠାରେ ଏହା ସଂକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ପରୋକ୍ଷରେ କହିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସାଧାରଣତଃ ସେହି ଲୋକଙ୍କଠାରେ ଦେଖାଯାଏ ଯାହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବା ଲୋକଙ୍କଠାରେ ଏହା ବେଶି ମାତ୍ରାରେ ଦେଖାଦିଏ ।
ଏହି ରୋଗରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ୍ :
ବ୍ଲାକ ଫଙ୍ଗସ୍ ବା ମୁକୋରମାଇକୋସିସ୍ ଏକ ଫଙ୍କଲ୍ ଇନ୍ଫେକସନ୍ ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟି ବାୟୋଟିକ୍ ନେବା ଉଚିତ୍ । ଉପଯୁକ୍ତ ଚିକିତ୍ସା ସହିତ ଏହା ଦୁର ହୋଇ ପାରିବ । ସେହିପରି ଏହି ରୋଗରୁ ରକ୍ଷା ପାଇବା ପାଇଁ ମଧୁମେହ ନିୟନ୍ତ୍ରଣ ହେଉଛି ସର୍ବୋତ୍ତମ ଉପାୟ । ମଧୁମେହ ରୋଗୀମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍ । କୋଭିଡ -୧୯ ରୁ ଡିସଚାର୍ଜ ହେବା ପରେ ରକ୍ତରେ ଗ୍ଲୁକୋଜର ସ୍ତର ନିରନ୍ତର ଯାଞ୍ଚ କରାଯିବା ଉଚିତ । ଡାକ୍ତରଙ୍କ ପରାମର୍ଶରେ କେବଳ ଉପଯୁକ୍ତ ସମୟରେ ଷ୍ଟେରଏଡ ବ୍ୟବହାର କରନ୍ତୁ । ଅମ୍ଳଜାନ ଚିକିତ୍ସା ସମୟରେ ସ୍ୱଚ୍ଛ ଜଳ ବ୍ୟବହାର କରିବା ଉଚିତ୍ । ଲକ୍ଷଣ ଦେଖାଇବା ପରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରେ । ଯଦି ପ୍ରାରମ୍ଭିକ ପର୍ୟ୍ୟାୟରେ ଆଣ୍ଟିଫଙ୍ଗାଲ୍ ଥେରାପି ଆରମ୍ଭ ହୁଏ । ଆଉ ଏହି ଥେରାପି ପ୍ରାୟ ୪ ରୁ ୬ ସପ୍ତାହ ଯାଏ କରିବା ଆବଶ୍ୟକ ।

Get real time updates directly on you device, subscribe now.