fbpx

ଡିପ୍ରେସନରୁ ମୁକ୍ତି ପାଇବାରେ ଗୋଲମରିଚ ବେଶ୍ ଲାଭଦାୟକ

ଆଜିକାଲି ପ୍ରତ୍ୟେକ ରୋଷେଇ ଘରେ ଗୋଲମରିଚ ଦେଖିବାକୁ ମିଳିଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଗୋଲମରିଚ ଅତ୍ୟନ୍ତ ଲାଭଦାୟକ । କାଶ, ପେଟରେ ଗ୍ୟାସ୍ ଇତ୍ୟାଦି ସମସ୍ୟା ପାଇଁ ଗୋଲମରିଚ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଥାଏ । ଆୟୁର୍ବେଦରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଛି । ତେବେ ଆସନ୍ତୁ ଜାଣିବା ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ…

୧: ଗୋଲମରିଚ ସେବନ ଦ୍ୱାରା ଶରୀରରେ ସେରୋଟୋନିନ୍ ହରମୋନର ସ୍ତର ବଢ଼ିଥାଏ । ଯେଉଁ କାରଣରୁ ମନ ଭଲ ରହିବା ସହ ଡିପ୍ରେସନ ଦୂର ହୋଇଥାଏ । ।

୨: ଭୁଲ ଖାଦ୍ୟ-ପାନୀୟ ଯୋଗୁଁ ପ୍ରାୟତଃ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲିମ୍ବୁକୁ ଗୋଲମରିଚ ଓ କଳା ଲୁଣ ସହ ମିଶାଇ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ ।

୩ : ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା ଶରୀରର କ୍ଷମତା ବଢିଥାଏ । ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ ।

୪: ଗୋଲମରିଚକୁ ଉଷୁମ ପାଣି ସହିତ ସେବନ ଦ୍ୱାରା ଶରୀରରେ ବଢୁଥିବା ଚର୍ବିକୁ ହ୍ରାସ କରିଥାଏ ।

୫ : ଗରମ କ୍ଷୀରରେ ମିଶ୍ରିତ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ମିଳିଥାଏ ।

Get real time updates directly on you device, subscribe now.