fbpx

ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ; ୨୦୧୮ ରେ ସୁନ୍ଦରଗଡ଼ ଜଙ୍ଗଲରେ ଦେଖାଦେଇଥିଲା ଏହି ବାଘ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ପୁଣି ଦେଖାଗଲା କଳାବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ୯୦ ଦଶକରେ ଏହି ପ୍ରଜାତିର ବାଘ ଓଡ଼ିଶାରେ ଦେଖାଯାଇଥିଲା, ପରେ ସୁନ୍ଦରଗଡ଼ ଜଙ୍ଗଲରେ ୨୦୧୮ ରେ ଏହି ବାଘକୁ ଦେଖାଯାଇଥିଲା । ପୂର୍ବ ଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳାବାଘର ଫଟୋଚିତ୍ର ।

ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ୍ ପାନ୍ଥର ଥିବା କୁହାଯାଉଛି ।

Get real time updates directly on you device, subscribe now.