fbpx

କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ସେଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ମହିଳାମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ଘଟଣାରେ ପୀଡିତଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ମୃତକଙ୍କ ବ୍ୟତୀତ କିଛି ଲୋକ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁସାରେ, କାବୁଲର ପଶ୍ଚିମ ପାଶ୍ୱର୍ରେ ଏହି ବିସ୍ଫୋରଣ ହୋଇଛି । ହଜାରା ଓ ଶିୟା ଲୋକଙ୍କୁ ଟାର୍ଗେଟ କରାଯାଇଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି । କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଆଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଯୋଗୁଁ ୧୮ ଜଣ ଆହତ ହୋଇଛନ୍ତି । ଅନ୍ୟପଟରେ ଇସଲାମିକ ଷ୍ଟେଟ୍ ନିଜର ବୟାନରେ କହିଛି ଯେ, ୨୦ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଛି ।

Get real time updates directly on you device, subscribe now.