fbpx

ଲୁଧିଆନା କୋର୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ

ଲୁଧିଆନା: ଦିଲ୍ଲୀ ପରେ ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ଫୋରଣ । କୋର୍ଟର ତୃତୀୟ ମହଲାରେ ଆଜି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଥିଲେ । ସମସ୍ତେ ଡରିଯାଇ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଏହି ବିସ୍ଫୋରଣ ବମ୍ ବ୍ଲାଷ୍ଟ କିମ୍ବା ସିଲିଣ୍ଡର ଫାଟିବା କାରଣରୁ ହୋଇଛି ବୋଲି ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଏହି ବିସ୍ଫୋରଣରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଯାନବାହନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ବିସ୍ଫୋରଣ କପି ବ୍ରାଞ୍ଚରେ ଘଟିଛି । ତେବେ କୋର୍ଟରେ ଓକିଲଙ୍କ ଧର୍ମଘଟ ଚାଲିଛି, ସେଥିପାଇଁ କୋର୍ଟରେ ଅଧିକ ଭିଡ଼ ନଥିଲା ବୋଲି ଜଣାପଡିଛି । ଏଥିପାଇଁ କିଛି ଭାରୀ ବିସ୍ଫୋଟକ ବ୍ୟବହାର କରାଯାଇଥିବା କୁହାଯାଉଛି । କୌଣସି ବ୍ୟକ୍ତି ଏହି ବିସ୍ଫୋରଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦ୍ୱିପହର ୧୨ଟା ୪୫ ମିନିଟରେ ଏହି ବିସ୍ଫୋରଣ ଘଟିଛି ।

Get real time updates directly on you device, subscribe now.