fbpx

ହାର୍ଟ ରୋଗକୁ ଭଲ କରୁଛି ‘Bleeding Heart’! ଏହା ଦିଲ୍ ନୁହେଁ ଫୁଲ, ଦେଖିଲେ ଲାଗୁଛି ସତେ ଯେମିତି ହୃଦୟରୁ ରକ୍ତ ଝରୁଛି

Advertisement

ନୂଆଦିଲ୍ଲୀ: ଆମ ଧରିତ୍ରୀ ବକ୍ଷରେ ଲକ୍ଷ ଲକ୍ଷ ପ୍ରକାରର ବୃକ୍ଷଲତା ରହିଛନ୍ତି । ପ୍ରତ୍ୟେକ ବୃକ୍ଷର ଫୁଲ, ଫଳ ଓ ଗୁଣ ଅଲଗା ଅଲଗା ହୋଇଥିବା ବେଳେ ତାହାକୁ ବ୍ୟବହାର କରିବାର କରିବାର ତରିକା ମଧ୍ୟ ଭିନ୍ନ ରହିଥାଏ । ତେବେ ଆଜି ଆମେ ଏକ ନୂଆ ପ୍ରକାରର ବୃକ୍ଷ ବିଷୟରେ ଜାଣିବା । ଈଶ୍ୱରଙ୍କ ଏ ସୃଷ୍ଟିରେ ଏପରି ବୃକ୍ଷ ରହିଛି ଯେଉଁ ବୃକ୍ଷର ଫୁଲ ଗୁଡ଼ିକ ଦିଲ୍ ବା ହୃଦୟ ଆକାରର ହୋଇଥାନ୍ତି । ଫଟୋରେ ଏହାକୁ ପ୍ରଥମେ ଦେଖିଲେ ଯେ କେହି ବି ଭ୍ରମରେ ପଡ଼ିଯିବ । ଏହି ଗଛକୁ ‘ବ୍ଲିଡିଂ ହାର୍ଟ’ କୁହାଯାଇଥାଏ ।

ଏହି ବୃକ୍ଷର ଫୁଲଗୁଡ଼ିକ ଦିଲ୍ ଆକାରର ହୋଇଥିବା ବେଳେ ତା’ ତଳକୁ ଦେଖିଲେ ଏପରି ମନେହେବ ସତେ ଯେମିତି ରକ୍ତ ଝରୁଛି । ସେଥିପାଇଁ ଏହାର ନାମ ରଖାଯାଇଛି ‘ବ୍ଲିଡିଂ ହାର୍ଟ ସାଇବେରିୟା ପଡ଼ା’ । ଏହା ମୁଖ୍ୟତଃ ଚୀନ ଓ ଜାପାନରେ ଦେଖିବାକୁ ମିଳିଥାଏ । ଏହାର ବୈଜ୍ଞାନିକ ନାମ ଲେମ୍ପ୍ରୋକାପ୍ନୋସ ସ୍ପେକ୍ଟାବିଲିସ । ଏହି ଗଛକୁ ବସନ୍ତ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଦେଖିବାକୁ ମିଳିଥାଏ । ଅନେକ ସ୍ଥାନରେ ଏହାର ଫୁଲ ମୌସମରେ ମଧ୍ୟ ଖେଳୁଥିବାର ଦେଖିବାକୁ ମିଳିଥାଏ ।

ଏହି ବୃକ୍ଷର ଆକାର ଓ କଲର କମ୍ବିନେସନକୁ ବିଶ୍ୱରେ ସ୍ୱତନ୍ତ୍ର ବୋଲି ଗ୍ରହଣ କରାଯାଏ । ଏହାର ଦିଲ ଆକାରର ଫୁଲ କାହାକୁ ବି ଆକର୍ଷିତ କରିପାରେ । ବ୍ଲିଡିଂ ହାର୍ଟକୁ ଶତାବ୍ଦୀ ଶତାବ୍ଦୀ ଧରି ଭାବନା ଓ ଗଭୀର ସ୍ନେହ ସହିତ ଯୋଡ଼ା ଯାଇ ଆସୁଛି । ଏହି ବୃକ୍ଷରେ ଅନେକ ଔଷଧଧୀୟ ଗୁଣ ରହିଛି । ଏହାକୁ ସୂଜନ-ରୋଧୀ ଓ ଯନ୍ତ୍ରଣା ନିବାରକ ଭାବେ ଉପଯୋଗ କରାଯାଇଥାଏ । ଏଥିସହିତ ଅନେକ ସ୍ଥାନରେ ଏହି ବୃକ୍ଷକୁ ଦିଲ୍ ସହ ଜଡ଼ିତ ବୀମାରୀର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ଏହି ଗଛର ଫୁଲକୁ ସେବନ କରିବା ବିଷାକ୍ତ ହୋଇଥାଏ । ସେଥିରେ ଥିବା କିଛି ପଦାର୍ଥ ପେଟରେ ସମସ୍ୟା ସୃଷ୍ଟି କରିପାରେ । ଏହି ବୃକ୍ଷକୁ ଯିଏ ଥରେ ଦେଖିବ ସେ ସର୍ବଦା ତାହାକୁ ମନେ ରଖିଥାଏ । କାରଣ ଏହି ବୃକ୍ଷର ଦିଲ୍ ଆକୃତିର ଚିତ୍ର ସର୍ବଦା ଜଣଙ୍କ ହୃଦୟରେ ବସା ବାନ୍ଧି ରହିଥାଏ । ଏହି ବୃକ୍ଷର ନାମ ହୃଦୟ ସହିତ ଜଡ଼ିତ ରହିଥିବା ବେଳେ ହୃଦୟ ରୋଗ ସମ୍ବନ୍ଧୀୟ ବିମାରୀକୁ ମଧ୍ୟ ଏହି ବୃକ୍ଷ ଭଲ କରିଥାଏ । ପ୍ରକୃତରେ ଏହି ବୃକ୍ଷ ଏକ ବିରଳ ବୃକ୍ଷ ।

Get real time updates directly on you device, subscribe now.