fbpx

ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ବ୍ଲଗର୍ କାମିୟା ଜାନୀ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିକଟରେ ବ୍ଲଗର୍ କାମିୟା ଜାନୀଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ନିଜେ କାମିୟା ଜାନୀ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା। କହିଲେ ‘ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି। ମନ୍ଦିରର ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।

‘ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି- କାମିୟା। ହିନ୍ଦୁ ଧର୍ମକୁ ଅନୁସରଣ କରେ, ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି। କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି। ସେଠାରେ ବିଫ୍‌ ଖାଇନଥିଲି, ସମସ୍ତ ପ୍ରକାର ଭେଜ୍‌ ଖାଦ୍ୟ ଖାଇଥିଲି। ବିଭିନ୍ନ ସ୍ଥାନରେ ଫୁଡ୍‌ ବ୍ଲଗ କରିବା ମାନେ ନୁହେଁ ସବୁ ଖାଦ୍ୟ ଖାଇବା। ମୋର ଏହି ଭିଡିଓ ବିବାଦ ଦୂର କରିବ ବୋଲି ଆଶା: କାମିଆ।’

Get real time updates directly on you device, subscribe now.