fbpx

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ସ୍ଥିତ କାର୍ଯ୍ୟ ପରିସରରେ ରକ୍ତଦାନ ଶିବିର ଆୟୋଜନ

ଝାରସୁଗୁଡା: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପ୍ଲାଣ୍ଟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛି। ସଂସ୍ଥାର କର୍ମଚାରୀ, ସେମାନଙ୍କ ପରିବାର ଓ ବ୍ୟବସାୟିକ ସହଯୋଗୀମାନେ ରକ୍ତଦାନ କରିଥିଲେ ଓ ଏହି କାର୍ଯ୍ୟକ୍ରମରୁ ପ୍ରାୟ ୨୧୦ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୁର୍ଲା ଓ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା। ଆଥିକ ବର୍ଷ ୨୨ରେ ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ବ୍ଲଡ ବ୍ୟାଙ୍କକୁ ୩୪୦ରୁ ଅଧିକ ୟୁନିଟ ରକ୍ତ ଦାନ କରିଛି। ବେଦାନ୍ତ ଝାରସୁଗୁଡ଼ାର ଏହି ରକ୍ତଦାନ ଅଭିଯାନ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ କହିଛନ୍ତି ଯେ, ରକ୍ତ ଦାନ ହେଉଛି ଏକ ମହତ ଦାନ। ଏହା ଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିବା ଆମର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସେମାନଙ୍କ ପରିବାରକୁ ମୁଁ ପ୍ରଶଂସା କରୁଛି । ଆମ ପାଇଁ ଆମ ଗୋଷ୍ଠୀର ସୁସ୍ଥତା ଓ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଆମର ସାମାଜିକ ପଦକ୍ଷେପର ଏକ ଅବିଛେଦ୍ୟ ଅଙ୍ଗ।

ଝାରସୁଗୁଡ଼ାରେ ସ୍ଥାୟୀ ଜୀବିକା, ଦକ୍ଷତା ବିକାଶ ଓ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେ ବହୁ ପ୍ରକାର ଜନହୀତକର କାର୍ଯ୍ୟ କରି ଆସୁଛୁ। ବେଦାନ୍ତ ଝାରସୁଗୁଡ଼ା ଏହାର ଅତ୍ୟାଧୁନିକ ମଲଟି ସ୍ପେଶିଆଲିଟି ସୁବିଧା- ବେଦାନ୍ତ ପାଥୋ ଲ୍ୟାବ ଓ ଡାଇଗ୍ନୋଷ୍ଟିକ ସେଂଟର ସହ ଝାରସୁଗୁଡ଼ାର କାର୍ଯ୍ୟକ୍ଷେତ୍ରରେ ମୌଳିକ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଇଥାଏ। ଏହା ବ୍ୟତୀତ ରେଡିଓଲୋଜି, ଏକ୍ସରେ, ମାମୋଗ୍ରାଫି, ଇସିଜି/ ପିଏଫଟି/ ଟିଏମଟି ପରି ବିଶେଷ ସେବା ସୁବିଧା ଲୋକମାନଙ୍କୁ ଯୋଗାଇ ଦିଆଯାଉଛି। କଂପାନି ମୋବାଇଲ ହେଲଥ ୟୁନିଟ ଜରିଆରେ ୨୮ଟି ଗ୍ରାମରେ ୫୫,୦୦୦ରୁ ଅଧିକ ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଉଛି । ଝାରସୁଗୁଡ଼ାର ସ୍ଥାନୀୟ ଲୋକମାନଙ୍କ ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜିତ ହେଉଛି । ଏହି ରକ୍ତଦାନ ଶିବିରକୁ ସମ୍ବାଦ ମିଡିଆ ହାଉସ ଓ ବ୍ଲଡ ବ୍ୟାଙ୍କ ବୁର୍ଲା ଓ ଝାରସୁଗୁଡ଼ାର ମିଳିିତ ଉଦ୍ୟମରେ ପରଚାଳନା କରାଯାଇଥିଲା । ବେଦାନ୍ତର ସମାଜିକ ପଦକ୍ଷେପ ବଳରେ ସମାଜରେ ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା ପ୍ରସାର, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ଜଳ ପରି ବହୁ କ୍ଷେତ୍ରରେ ଉନ୍ନତି ଆସିପାରିଛି । ଝାରସୁଗୁଡ଼ାର ୭୯ଟି ଗ୍ରାମର ଲୋକମାନେ ଏହି ସୁବିଧା ପାଇ ପାରୁଛନ୍ତି । ଏହା ବ୍ୟତୀତ ୩୩୯ଟି ଏସଏଚଜି ସହାୟତାରେ ସ୍ୱାସ୍ଥ୍ୟ ସେବା , ୬୪୦୦ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଓ ବହୁ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ କରାଯାଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା କଂପାନି ୧.୭୫ ଏମଟିପିଏ ଆଲମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ଥର୍ମାଲ ପାୱାର ଜେନେରେସନ ସୁବିଧାକୁ ଝାରସୁଗୁଡ଼ାରେ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Get real time updates directly on you device, subscribe now.