fbpx

ଅଟଳ ପେନସନ ଯୋଜନାରେ ନୂଆ ଅପଡେଟ: ଏହି ଲୋକଙ୍କ ପାଇଁ ଖାତା ଖୋଲିବାର ଶେଷ ସୁଯୋଗ

ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନାରେ ଆକାଉଣ୍ଟ ଥିବା ବ୍ୟକ୍ତି ଏବଂ ଆକାଉଣ୍ଟ ଖୋଲିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଚାଲୁ ରହିଛି ଅଟଳ ପେନସନ ଯୋଜନା । ଏହାଦ୍ୱାରା ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ପେନସନ ବା ଭତ୍ତା ପ୍ରଦାନ କରାଯାଇଥାଏ । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ସରକାର ଏହାକୁ ଜାରି ରଖିଛନ୍ତି ।

ତେବେ ଏହି ଯୋଜନାକୁ ନେଇ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ସରକାର । ଇନକମ ଟାକ୍ସ ଭରୁଥିବା ଲୋକମାନେ ଏହି ଯୋଜନାକୁ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହିଁ ସବସ୍କ୍ରାଇବ କରିପାରିବେ । ଏହାପରେ ଆଇଟିଆର ଫାଇଲ କରୁତିବା ବ୍ୟକ୍ତିମାନଙ୍କ ପାଇଁ ଯୋଜନାର ଫାଇଦା ମିଳିପାରିବ ନାହିଁ । ମୋଦି ସରକାରଙ୍କ ତରଫରୁ ୨୦୧୫ ଜୁନ ୧ ତାରିଖରୁ ଏହି ଅଟଳ ପେନସନ ଯୋଜନା ଆରମ୍ଭ ହୋଇଥିଲା ।

ଏହି ଯୋଜନା ଅନୁସାରେ ବୟସ୍କ ମାନଙ୍କୁ ୧,୦୦୦ରୁ ୫,୦୦୦ ପର୍ଯ୍ୟନ୍ତଟଙ୍କା ପେନସନ ଆକାରରେ ଦିଆଯାଏ । ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ସହ ଯୋଡି ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ୪ କୋଟି ପାର ହୋଇଛି । ତେବେ ଆୟ କର ଦେଉଥିବା ଉପଭୋକ୍ତାମାନେ ଏଣିକି ଏହି ଯୋଜନାରେ ନିବେଶ କରି ପାରିବେ ନାହିଁ । ଏ ନେଇ ଏକ ଆଦେଶ ଜାରି କରିଛି ଅର୍ଥ ମନ୍ତ୍ରାଳୟ । ସେପଟେ ୩୦ ତାରିଖ ପରେ ଏଥିପାଇଁ ଆବେଦନ କରାଗଲେ ଏହା ରଦ୍ଦ କରି ଦିଆଯିବ ।

Get real time updates directly on you device, subscribe now.