fbpx

ରାଜଧାନୀରେ ଟ୍ରାକ ତଳକୁ ଖସିଲା ଟ୍ରେନ: ବାଧାପ୍ରାପ୍ତ ହୋଇପାରେ ଯାତାୟତ ସେବା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଧାରଣା ତଳକୁ ଖସିଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ହଠାତ ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିଯାଇଛି ଏକ ମାଲବାହୀ ଟ୍ରେନ । ଏହି ମାଲବାହୀ ଟ୍ରେନର ମୋଟ ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ୨ଟି ଲାଇନ ବ୍ଲକ ହୋଇଯାଇଛି ଏବଂ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯିବାରୁ ପ୍ରାୟ ୧୦ଟି ଟ୍ରେନର ଯାତ୍ରା ବିଳମ୍ବିତ ହୋଇତିବା ନେଇ ସୂଚନା ମିଳିଛି । ରାଜଧାନୀ ଏକ୍ସପ୍ରେସ ମଞ୍ଚେଶ୍ୱର ଷ୍ଟେସନରେ ଅଟକି ରହିଥିବା ବେଳେ ହୀରାଖଣ୍ଡ, ଜନ ଶତାବ୍ଦୀ, ପୁରୀ-ଦୁର୍ଗ ଏବଂ ତପସ୍ୱିନୀର ଯାତ୍ରାରେ ମଧ୍ୟ ବିଳମ୍ବ ହୋଇଛି । ସେହିପରି ପୁରୀ-ଗାନ୍ଧିଧାମ ଓ ପୁରୀ-ହାୱଡା ଏକ୍ସପ୍ରେସ ମଧ୍ୟ ଅଧା ରାସ୍ତାରେ ଅଟକି ରହିଛି ।

Get real time updates directly on you device, subscribe now.