fbpx

ଘର କାନ୍ଥରୁ ହଠାତ ଝରିଲା ରକ୍ତ: ଭୂତ-ପ୍ରେତ ନା କ’ଣ ରହିଛି ଗୁପ୍ତ ରହସ୍ୟ?

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବିଭିନ୍ନ ସମୟରେ କିଛି ଖୁବ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସେ । ଏହି ଘଟଣାଗୁଡିକୁ ବିଶ୍ୱାସ କରିବା କିଛି ସମୟ ପାଇଁ ଅସମ୍ଭବ ହୋଇଯାଏ । ତେବେ ଏହିଭଳି କିଛି ଘଟଣାକୁ ଦିଆଯାଏ ଭୂତପ୍ରେତର ରୂପ । ଠିକ ସେହିଭଳି ଏକ ଘଟଣା ଏବେ ସାମନାକୁ ଆସିଛି । ହଠାତ ଜଣକ ଘରକାନ୍ତରୁ ରକ୍ତ ଝରିଥିବା ଦାବି ହୋଇଛି । ଫଳରେ ଘରକାନ୍ଥ ସହ ଚଟାଣ ଏବଂ ଅନ୍ୟନ୍ୟ ସ୍ଥାନରେ ମଧ୍ୟ ରକ୍ତଛିଟା ଦେଖିବାକୁ ମିଳିଥିଲା । ଏହାକୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବାରୁ ସେମାନେ ଏହାକୁ ଭୂତପ୍ରେତ ସହ ମଧ୍ୟ ଯୋଡିବା ଆରମ୍ଭ କରି ଦେଇଛନ୍ତି ।

ସୂଚନା ଅନୁସାରେ, ବ୍ରାଜିଲର ଜଣେ ଯୁବତୀଙ୍କ ଘରେ ଏମିତି ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହାପରେ ଲୋକମାନେ ଏହାକୁ ହଠାତ ଗ୍ରହଣ କରି ପାରି ନଥିଲେ । ଏହି ଘଟଣାକୁ ଲୋକମାନେ ଭୂତପ୍ରେତ ଇତ୍ୟାଦି ଭଳି ଅନ୍ଧବିଶ୍ୱାସ ସହ ଯୋଡିବା ଆରମ୍ଭ କଲେ । ଏହାପରେ ପ୍ରକୃତ ଘଟଣା ଏବଂ ରହସ୍ୟ ସାମନାକୁ ଆସିଛି । ସମସ୍ତ ସତ୍ୟ ଲୋକମାନଙ୍କୁ ଜଣାଇବା ପାଇଁ ଯୁବତୀଜଣକ ଏକ ଟିଭିରେ ଇଣ୍ଟରଭ୍ୟୁ ଦେଇଛନ୍ତି ।

ଘରକାନ୍ଥରୁ ରକ୍ତ ଝରିବା ଘଟଣା କାରଣ ଯାହା ଯୁବତୀ କହିଛନ୍ତି, ତାହା ଅତି ସାମାନ୍ୟ । ତେବେ ଏହା ଲୋକମାନଙ୍କୁ ରିଲାକ୍ସ କରିଛି । ଭୂତପ୍ରେତ ଘଟଣାକୁ ସେ ଗୁଜବ ବୋଲି କହିଛନ୍ତି ସେହି ଯୁବତୀ । ଘରକାନ୍ଥରୁ ରକ୍ତ ଝରିବା ଦେଖି ପରିବାର ଲୋକେ ପୂଜାରୀଙ୍କ ଦ୍ୱାରା ଝଡା-ଫୁଙ୍କା ଇତ୍ୟାଦି ମଧ୍ୟ କରିଛନ୍ତି । ପ୍ରକୃତରେ ଘଟଣା ହେଉଛି ଯୁବତୀଙ୍କ ବାପା ଭସ୍କୁଲା ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ତାଙ୍କ ଯୋଗୁଁ ଏହି ରକ୍ତର ଛିଟା ପଡିଥିବା ସେ ଅନୁମାନ କରୁଛନ୍ତି । ତେବେ କାନ୍ଥରୁ ରକ୍ତ ଝରୁ ନଥିଲା, ବରଂ ଗୋଟିଏ ଜାଗାରେ ଜମା ହାଇ ରହିଥିବା କହିଥିଲେ ଯୁବତୀ ।

ସେପଟେ ଇନଷ୍ଟିଚ୍ୟୁଟ ଅଫ୍ କ୍ରିମିନାଲ ସାଇନ୍ସେସ ଅଫ ଲଣ୍ଡନର ନିଦ୍ଦେଶକ ଲୁସିୟାନୋ ବୁଚାର୍ଲ୍ସ କହିଛନ୍ତି ଯେ ଯୁବତୀଙ୍କ ଘରକୁ ଯିବା ପାଇଁ ତାଙ୍କ ସହ କିମ୍ବା ଦଳ ସହ କୌଣସି ସମ୍ପର୍କ କରାଯାଇ ନାହିଁ । ସମ୍ପର୍କ କରାଗଲେ ଏ ଘଟଣାର ଯାଞ୍ଚ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଲୋକମାନଙ୍କ ଚିନ୍ତାଧାରା ତିନି ଭାଗରେ ବିଭକ୍ତ ହୋଇଯାଇଛି ।

Get real time updates directly on you device, subscribe now.