ଏମିତି ଏକ ଗ୍ରୁପ ରହିଛି, ଯାହା ବହୁ ରୋଗରୁ ମଣିଷକୁ କରେ ରକ୍ଷା

ନୂଆଦିଲ୍ଲୀ– ବ୍ଲଡ ଗ୍ରୁପର ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ରହିଛି । ଏହା ବ୍ୟକ୍ତି ଭିତରେ କିଛି ପ୍ରାକୃତିକ ସମସ୍ୟା ତଥା ଫାଇଦା ମିଳିଥାଏ । ସେ ମଧ୍ୟରେ ଓ ପଜିଟିଭ ବ୍ଲଡ ଗ୍ରୁପର ବିଶେଷ ବିଶେଷତ୍ୱ ରହିଛି । ଏହି ଗ୍ରୁପ ସବୁ ବ୍ଲଡ ଗ୍ରୁପ ସହ ମ୍ୟାଚ ହୋଇଯାଏ । ଏହା ଆଜିର ଦିନରେ ସବୁଠାରୁ ବଡ ବରଦାନ । ଯଦି ବ୍ୟକ୍ତିଙ୍କୁ ରକ୍ତର ଆବଶ୍ୟକତା ପଡେ ତେବେ ଅଭାବ ରହିବ ନାହିଁ ।

ଏହି ବ୍ଲଡ ଗ୍ରୁପ କିନ୍ତୁ ଅନ୍ୟମାନଙ୍କ ପାଇଁ ଫାଇଦା ଦେଇନଥାଏ । ସ୍ୱାର୍ଥପର ବ୍ଲଡ ଗ୍ରୁପ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ନିଜେ ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟତା ଦେଇଥାଏ । ତେବେ ଓ ପଜିଟିଭ ବ୍ଲଡ ଗ୍ରୁପର ଫାୟଦା କଣ ସବୁ ରହିଛି ଜାଣିବା ଦରକାର । ପରୀକ୍ଷାରୁ ଜଣାପଡିଛି ଓ+ ବ୍ଲଡ ଗ୍ରୁପର ଲୋକଙ୍କୁ ହୃଦଜନିତ ରୋଗ ହେବାର ଆଶଙ୍କା ଅନ୍ୟମାନଙ୍କଠାରୁ କମ ରହିଥାଏ । ଏହି ବ୍ଲଡ ଗ୍ରୁପରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ମଧ୍ୟ କମ, ଯାହା ହୃଦଘାତ ଓ ଷ୍ଟ୍ରୋକ ପରି ହୃତପିଣ୍ଡ ସହ ଜଡିତ ସମସ୍ୟାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଓ+ ବ୍ଲଡ ଗ୍ରୁପର ଲୋକଙ୍କୁ ମଧ୍ୟ କିଛି ପ୍ରକାରର କ୍ୟାନସର ହୋଇନଥାଏ । ଏହି ଶ୍ରେଣୀର ଲୋକଙ୍କ ଜିନ୍ସ କମ ସମ୍ବେଦନଶୀଳ ହୋଇଥାଏ, ଯାହା କ୍ୟାନ୍ସର କୋଷିକାଗୁଡିକୁ ବଢିବାକୁ ଦେଇନଥାଏ । ଏହି ଗ୍ରୁପର ବ୍ୟକ୍ତିମାନଙ୍କୁ ଲିଭର ଓ ପିତ୍ତାଶୟ ପରି ରୋଗ ହେବାର ସମ୍ଭାବନା କମ ଥାଏ । କୋଲେଷ୍ଟ୍ରୋଲର ମାତ୍ରା କମ ହେବା କାରଣରୁ ପିତ୍ତାଶୟ ରୋଗ ହେବାର ବିପଦ କମ ରୁହେ । ଏଥିସହ ହେପା ଟାଇଟିସ, ସିରୋସିସ ପାଇଁ କମ ସମ୍ବେଦନଶୀଳ ହୋଇଥାଏ ।

ଏହା ବ୍ୟକ୍ତିଙ୍କୁ ଇନଫେକ୍ସନରୁ ଲଢିବାକୁ ଶକ୍ତି ଯୋଗାଏ । ଏମାନଙ୍କର ଇମ୍ୟୁନୋ ସିଷ୍ଟମ ବେଶ ଶକ୍ତିଶାଳୀ ହୋଇଥାଏ । ଏହାକୁ ଛାଡିଦେଲେ ଏମାନେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା, ଯେମିତି କି, ଡିପ୍ରେସନ, ଚିନ୍ତା ପରି ଅସୁବିଧାର କମ ସମ୍ମୁଖୀନ ହୋଇଥାନ୍ତି । ରିସର୍ଚ୍ଚରେ ମିଳିଛି କି, ଓ ପଜିଟିଭ ବ୍ଲୁଡ ଗ୍ରୁପର ଲୋକ ବେଶ ଦକ୍ଷତାର ସହ ଦ୍ୱନ୍ଦ୍ୱ, ଚିନ୍ତାର ସାମ୍ନା କରିଥାନ୍ତି ।